Categories: Home Middleଖେଳ

ଘୋଷଣା ହେଲା ଆଇପିଏଲ ୨୦୨୫ରେ ନିଲାମୀ ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୫ା୧୧: ବହୁ ପ୍ରତୀକ୍ଷିତ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳାଳିଙ୍କ ନିଲାମ ତାଲିକା ପ୍ରକାଶ ପାଇଛି। ଆଗାମୀ ସିଜିନ୍ ପାଇଁ ସମୁଦାୟ ୫୭୪ ଖେଳାଳିଙ୍କ ଭାଗ୍ୟ ସାଉଦି ଆରବିଆରେ ହେବାକୁ ଥିବା ନିଲାମୀରେ ନିର୍ଦ୍ଧାରଣ ହେବ। ପଞ୍ଜିକୃତ କରିଥିବା ଖେଳାଳିଙ୍କ ମଧ୍ୟରୁ ୩୬୬ ଭାରତୀୟ ହୋଇଥିବା ବେଳେ ୨୦୮ ବିଦେଶୀ ଖେଳାଳି ରହିଛନ୍ତି।

ଏହି ନିଲାମରେ ୩୧୮ ଭାରତୀୟ ଖେଳାଳି ଏବଂ ୧୨ ଜଣ ଅନ୍-କ୍ୟାପଡ୍ ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ ହେବେ। ୨୦୪ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଖେବଳ ୭୦ ଖେଳାଳିଙ୍କୁ କିଣାଯିବ। ମେଗା ନିଲାମ ୨୪ ନଭେମ୍ବର ୨୦୨୪ ରବିବାର ସ୍ଥାନୀୟ ସମୟ ୧୨:୩୦ ରେ ଆରମ୍ଭ ହେବ।

Share