Categories: Home Leftଖେଳ

ଭାରତ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା

ନୂଆଦିଲ୍ଲୀ,୧ା୧୨: ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ପିଠିରେ ଯନ୍ତ୍ରଣା ଯୋଗୁ ଡିସେମ୍ବର ୪ରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବାଂଲାଦେଶର ପ୍ରମୁଖ ପେସ୍‌ ବୋଲର ତସ୍କିନ ଅହମ୍ମଦ ଖେଳିବେ ନାହିଁ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଚୟନକର୍ତ୍ତା ମିନ୍‌ହାଜୁଲ ଆବେଦିନ୍‌ ଏହି ସୂଚନା ଦେଇଛନ୍ତି। ତସ୍କିନ୍‌ଙ୍କ ସ୍ବାସ୍ଥ୍ୟବସ୍ତା ଉପରେ ନଜର ରଖାଯାଇଛି। ଅବଶିଷ୍ଟ ମ୍ୟାଚରେ ତାଙ୍କୁ ଖେଳାଯିବ କି ନାହିଁ ପରେ ନିଷ୍ପତ୍ତି ନିଆଯିବ ସେ କହିଛନ୍ତି।