ତାରାତାରିଣି ପୂଜକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ ଘଟଣା, ଜଣେ ନାବାଳକଙ୍କ ସମେତ ତିନି ଗିରଫ

ପୁରଷୋତ୍ତମପୁର,୯।୧୦ (ସବିତା ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁରଠାରେ ଗତ ମାସ ୧୫ରେ ତାରାତାରିଣୀଙ୍କ ପୂଜକ ଗୋପିନାଥ ରଣାଙ୍କୁ ଅତି ନିର୍ମମ ଭାବରେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ପୋଲିସ ଗୁରବାର ଜଣେ ନାବାଳକଙ୍କୁ ଗିରଫ କରିବା ସହ ଜଟି ଓରଫ ଆସୁତୋଷ ରଣା (୨୨)ଓ କଙ୍କି ଓରଫ ସୁଶାନ୍ତ ଦାସ (୨୦)ଙ୍କୁ ଗିରଫ କରିଛି। ଏହାରକେସନଂ ୭୨୨/୨୫। ଗୋପିନାଥ ନିଜଘରୁ ମନ୍ଦିରକୁ ଆସୁଥିବା ବେଳେ ପୂର୍ବଶତ୍ରୁତାକୁ ନେଇ ଏଭଳି ଘଟଣା ଘଟାଇ ସେ ମରିଗଲେ ବୋଲି ଅଭିଯୁକ୍ତମାନେ ଭାବି ଛାଡି ଫେରାର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭାଟକୁମରଡା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡମେଡିକାଲକୁ ନେଇ ଚିକିସା କରାଯାଇଥିଲା। ଏହାକୁ ନେଇ ପୋଲିସ ଏମାନଙ୍କୁ ଧରିବା ଲାଗି ଖୋଜିବୁଲୁଥିବା ବେଳେ ଦୀର୍ଘ ୨୫ ଦିନପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରାଯାଇଥିବା ନେଇ ଆଇଆଇସି ରାଜେଶ କୁମାର ନାୟକ କହିଛନ୍ତି।

Dharitri – Odisha’s No.1, Most Trusted Odia Daily