ତନିସ୍କ ‘ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡସ୍‌’ ଆରମ୍ଭ

ଭୁବନେଶ୍ୱର,୧୮।୧(ଅନୁରାଧା ମହାରଣା): ଗହଣା ରିଟେଲ ବ୍ରାଣ୍ଡ୍‌ ତନିସ୍କ ‘ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡସ୍‌’ ଆରମ୍ଭ କରିଛି। ସୂକ୍ଷ୍ମ କାରୂକାର୍ଯ୍ୟପୂର୍ଣ୍ଣ ହରୀର ଗହଣାର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ପୁରୁଣା ସୁନା ବଦଳାଇ ମଧ୍ୟ ଗ୍ରାହକ ହୀରା ଗହଣା କିଣିପାରିବେ। ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆକର୍ଷଣୀୟ ହୀରା କାନଫୁଲ, ବ୍ରେସଲେଟ୍‌, ନେକଓ୍ବେର, ହାତ ମୁଦି ଭଳି ବିଭିନ୍ନ ଗହଣା ପ୍ରସ୍ତୁତ କରାଯାଇଛି। ସେହିପରି ଜନ୍ମଦିନ ଭଳି ଅନ୍ୟାନ୍ୟ ଉସତ୍ବ ପାଇଁ ସ୍ବତନ୍ତ୍ର ଡିଜାଇନ୍‌ ରହିଛି। ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡରେ ସାମିଲ ହେବା ପାଇଁ ଗ୍ରାହକ ନିଟସ୍ଥ ଷ୍ଟୋରରୁ କିଣାକିଣି କରିବା ସହ ଅନଲାଇନ୍‌ ସପିଂ ମଧ୍ୟ କରିପାରିବେ। https://www.tanisq.co.in/festival-of-diamondରେ ଲଗଇନ୍‌ କରି ଗ୍ରାହକ ମନପସନ୍ଦର ହୀରା ଗହଣା କିଣିପାରିବେ ବୋଲି ତନିସ୍କ ପକ୍ଷରୁ ସୂଚନା ଦିଅଯାଇଛି।
ସୂଚନା ଥାଉ କି, ‘ରିଭା ବାୟ ତନିସ୍କ’ ଗ୍ରାହକ ଖୁବ୍‌ ପସନ୍ଦ କରୁଛନ୍ତି। ଉଜ୍ଜ୍ୱଳ କଲର ଷ୍ଟୋନ୍‌, ଚମକଦାର ସୁନା ଓ ଉଜ୍ଜ୍ୱଳ ହୀରାରେ ତନିସ୍କର ସିଗନେଚର ଡିଜାଇନ୍‌ ଉପଲବ୍ଧ ହେଉଛି। ‘ରିୟଲ ବ୍ରାଇଡସ୍‌’ କ୍ୟାମ୍ପେନ ଠାରୁ ଆରମ୍‌ କରି ‘ଫେସ୍‌ ଅଫ୍‌ ତନିସ୍କ’ ମାଧ୍ୟମରେ ତନିସ୍କ ଗ୍ରାହକଙ୍କ ନିକଟତର ହୋଇପାରିଛି। ସେହିପରି ତନିସ୍କ ସହ ଯୋଡ଼ି ହୋଇ ନୂଆବୋହୂମାନେ ‘ରିଭା ବ୍ରାଇଡ୍‌’ ସମ୍ମାନ ପାଇବା ସହ ର଼୍ୟାମ୍ପରେ ଚାଲିବାର ସୁଯୋଗ ମଧ୍ୟ ହାସଲ କରିଥା’ନ୍ତି । ଏ ଅବସରରେ କମ୍ପାନୀର ଅଧିକାରୀ କହିଛନ୍ତି ଯେ, ତନିସ୍କ ହୀରା କେବଳ ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରେନାହିଁ ବରଂ ବହୁମୂଲ୍ୟ ରତ୍ନଗୁଡ଼ିକର ଅବିସ୍ମରଣୀୟ ଆଲୋକ ପରି ଏହା ଏକ ଚିରସ୍ଥାୟୀ ଯାତ୍ରାର ପ୍ରତିଶ୍ରୁତି। ଆଗକୁ ଭାରତରେ ୩୫ ଲକ୍ଷରୁ ଅଧିକ ବିବାହ ହେବାକୁ ଯାଉଥିବାବେଳେ ତନିସ୍କର ବ୍ୟାପକ ରେଞ୍ଜ୍‌ ଷ୍ଟଡେଡ୍‌ ଗହଣା ପିସ୍‌ ଏଥିରେ ଉପଯୁକ୍ତ ବିକଳ୍ପ ହେବ ବୋଲି ସେ କହିଛନ୍ତି।