ମାର୍ଶାଘାଇରେ କାଳବୈଶାଖୀର ତାଣ୍ଡବ

ମାର୍ଶାଘାଇ,୨୨।୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୨ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାଳବୈଶାଖୀର ତାଣ୍ଡବ ସାଙ୍ଗକୁ କୁଆପଥର ବର୍ଷା ହୋଇଯାଇଛି। ପ୍ରବଳ ପବନ ଯୋଗୁ ବ୍ଲକ ଅନ୍ତର୍ଗତ ଦରବଛା ନିକଟରେ ଥିବା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଗାଡ଼ିଟି ୫୦ ମିଟର ଠେଲି ହୋଇଯାଇ ବିଲ ଭିତରେ ପଶିଥିଲା। ସେହିପରି ଜୁଣ ଛକ କ୍ରସିଂ ରାସ୍ତାରେ ଯାଉଥିବା ଏକ ଅଟୋ ରିକ୍ସା ମଧ୍ୟ ପବନରେ ବିଲ ଭିତରକୁ ପଶିଯାଇଥିଲା। ଏଥିରେ କାହାର କିଛି ହୋଇନାହିଁ। ମାର୍ଶାଘାଇ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ୩ଟି ପୁରୁଣା ଆମ୍ବଗଛ ଭାଙ୍ଗି ପଡ଼ିବାରୁ ପାଖରେ ଥିବା ୪ଟି ବାଇକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପବନ ଫଳରେ ବିଭିନ୍ନ ଦୋକାନରେ ଲାଗିଥିବା ହୋର୍ଡିଂ ଉଡ଼ିଯାଇଥିବା ବେଳେ ଲୋକଙ୍କ ବାଡ଼ି ବଗିଚାରେ ଥିବା ଗଛଗୁଡିକ ଭାଙ୍ଗି ଯାଇଛି।

Share