ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ ଧମକ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତା ଧମକ ଦେଇଛନ୍ତି। ତାମିଲନାଡୁର ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ଯଦି କଂଗ୍ରେସ ସରକାର କ୍ଷମତାକୁ ଆସନ୍ତି ତେବେ ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ରାୟ ଦେଇଥିବା ବିଚାରପତିଙ୍କ ଜିଭ କଟି ଦିଆଯିବ। ଯାହାକୁ ନେଇ କଂଗ୍ରେସ ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ମାର୍ଚ୍ଚ ୨୩ରେ ଗୁଜୁରାଟ ସୁରଟସ୍ଥିତ କୋର୍ଟର ଜଷ୍ଟିସ ଏଚ୍‌ ବର୍ମା ସିଜେଏମ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦିଙ୍କ ଉପନାମ ଉପରେ ୨୦୧୯ରେ ଦେଇଥିବା ବିବୃତ୍ତି ପାଇଁ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ। ଏହି ନିଷ୍ପତ୍ତି ହେତୁ ରାହୁଲ ଗାନ୍ଧୀଙ୍କୁ ଲୋକ ସଭା ସଦସ୍ୟତା ହରାଇବାକୁ ପଡିଲା।