ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ ତାଲିକାରେ ନାହିଁ। ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଭାଜପା ୨୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ବର୍ତ୍ତମାନ ଦଳର ରାଜ୍ୟ ସଭାପତି ଥିବା ନୈନାର ନାଗେନ୍ଥ୍ରନ୍‌ ସତ୍ତୁରରୁ ନିର୍ୱାଚନ ଲଢ଼ିବାକୁ ଥିବାବେଳେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ଏଲ୍‌. ମୁରୁଗାନ୍‌ଙ୍କୁ ଅବିନାଶୀ ଆସନ ପାଇଁ ଟିକେଟ ମିଳିଛି।

ପୂର୍ୱତନ ସଭାନେତ୍ରୀ ତାମିଲିସାଇ ସୁନ୍ଦରାରାଜନ ମହୀଶୂରରୁ ପ୍ରାର୍ଥୀ ହୋଇଥିବା ବେଳେ ଏମ୍‌ ରାଜସିମ୍‌ହାନ୍‌ ମହିନ୍ଦ୍ରା ଆଭାଦିରୁ ଲଢ଼ିବେ। ଆନ୍ନାମଲାଇ କୋଏମ୍ୱାଟୁର୍‌(ନର୍ଥ) କିମ୍ୱା ମୋଡାକ୍କୁରିଚି ଆସନରୁ ଲଢ଼ିବେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଉକ୍ତ ତାଲିକାରେ ତାଙ୍କ ନାମ ନାହିଁ।

Share