ମା’ ହେଲେ ତମନ୍ନା: ନମିତା ଅଗ୍ରଓ୍ବାଲ୍‌ଙ୍କ ଘରକୁ ଆସିଲା ନୂଆ ଅତିଥି

ଓଲିଉଡ୍‌ ଅଭିନେତ୍ରୀ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ବୋହୂ ତମନ୍ନା ବ୍ୟାସ ମା’ ହୋଇଛନ୍ତି। ସେ ଏବଂ ସ୍ବାମୀ ସିଦ୍ଧାର୍ଥ ଅଗ୍ରଓ୍ବାଲ୍‌ ଇନ୍‌ଷ୍ଟ୍ରଗାମରେ ଏକ ଭିଡିଓ ଶେୟାର କରି ଏହି ଖୁସିଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ତମନ୍ନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କିଛିଦିନ ତଳେ ନମିତା ଏକ ପାର୍ଟିରେ ତାଙ୍କ ଘରକୁ ନୂଆ ଅତିଥି ଆସିବାର ଅଛି ବୋଲି ପ୍ରଶଂସକଙ୍କୁ ସୂଚନା ଦେଇଥିଲେ।
୨୦୨୪ ମସିହା ଜାନୁୟାରୀରେ ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ତମନ୍ନାଙ୍କୁ ବିବାହ କରିଥିଲେ। ତମନ୍ନା ଓଲିଉଡ୍‌ରେ ନିଜ ଅଭିନୟ ସହ ପ୍ରଶଂକଙ୍କ ହୃଦୟ ଜିତିଛନ୍ତି। ବ୍ଲାକମେଲ, ସୁପର ବୟ ଭାଇନା କଣ କଲା ସେ, ନିଝୁମ ରାତିର ସାଥି, ପ୍ରେମ କୁମାର, ଭଳି ଫିଲ୍ମରେ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚୟ ହାସଲ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share