ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ହଟାଇଲା ତାଲିବାନ୍‌, ନସିବୁଲ୍ଲାଙ୍କୁ ଦାୟିତ୍ୱ …

କାବୁଲ,୨୧।୯: ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ତାଲିବାନ ହଟାଇ ଦେଇଛି। ପୂର୍ବରୁ ହାମିଦ୍‌ ଶିନଓ୍ବାରି ଆଫଗାନିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ହଟାଇ ନସିବୁଲ୍ଲା ହକ୍କାନିଙ୍କୁ ଦାୟିତ୍ୱ ଦିଆଯାଇଛି। ହାମିଦ୍‌ଙ୍କୁ ଗୃହମନ୍ତ୍ରୀ ସିରାଜୁଦ୍ଦିନ୍‌ ହକ୍କାନିଙ୍କ ସାନ ଭାଇ ଅନସ ହକ୍କାନି ପଦରୁ ବାହାର କରିଛନ୍ତି। ଏନେଇ ହାମିଦ୍‌ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ସୂଚନା ଦେଇଛନ୍ତି। ନୂତନ ନିଯୁକ୍ତି ସମ୍ପର୍କରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଫେସ୍‌ବୁକ୍‌ ପେଜ୍‌ରେ ଘୋଷଣା କରାଯାଇଛି।

ହାମିଦ୍‌ଙ୍କୁ କାହିଁକି ପଦରୁ ହଟା ଯାଇଛି ସେ ନେଇ ତାଲିବାନ୍‌ ପକ୍ଷରୁ କୌଣସି କାରଣ ଦର୍ଶାଯାଇ ନାହିଁ। ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ସିରାଜୁଦ୍ଦିନ୍‌ ଏଫ୍‌ବିଆଇର ମୋଷ୍ଟ ଓ୍ବାଣ୍ଟଡ୍‌ ତାଲିକାରେ ରହିଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନରେ ହୋଇଥିବା ବହୁ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ହାତ ରହିଛି। ଖେଳକୁ ନିୟନ୍ତ୍ରଣ କରିଥିବାରୁ ଅନ୍ତର୍ଜାତୀୟସ୍ତରରେ ତାଲିବାନ୍‌କୁ ବିରୋଧ କରାଯାଉଛି।