ଫତୁଓ୍ବା ଜାରି କଲା ତାଲିବାନ୍‌: ସରକାରୀ ସମ୍ପତ୍ତି ଫେରାଇ ଦିଅ

କାବୁଲ,୨୮ା୮: ସରକାରୀ ଗାଡ଼ି, ସାମ୍ରଗୀ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ରଖିଥିବା କାବୁଲ ନାଗରିକଙ୍କୁ ସପ୍ତାହେ ମଧ୍ୟରେ ସେସବୁକୁ ହସ୍ତାନ୍ତର କରିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଯଦି ଏହାକୁ କେହି ନ ମାନନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି। ସରକାରୀ ସାମଗ୍ରୀ ରଖିଥିବା ବ୍ୟକ୍ତି ତାଲିବାନ୍‌କୁ ଦେବା ପରେ ଏହାର ବିଚାର କିମ୍ବା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିବ ନାହିଁ ଜବିହୁଲ୍ଲା ଏକ ଟୁଇଟ୍‌ରେ କହିଛନ୍ତି।