A girl looks on among Afghan women lining up to receive relief assistance, during the holy month of Ramadan in Jalalabad, Afghanistan, June 11, 2017. REUTERS/Parwiz - RTS16JM5
କାବୁଲ,୧୭ ।୮: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ଏବେ ତାଲିବାନ ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ଦେଇ କାର୍ଯ୍ୟରେ ଯୋଗ ଦେବାକୁ କହିଛି ତାଲିବାନ । ଆହୁରି ଏକ ବଡ ଘୋଷଣା କରିଛି ତାଲିବାନ । ସେ କହିଛି ତାଲିବାନ ସରକାର ସମ୍ପୂର୍ଣ୍ଣ ଭାବେ ଇସଲାମିକ ହେବ ଆଉ ଏଥିରେ ଆଫଗାନ ମହିଳାଙ୍କୁ ସ୍ଥାନ ଦିଆଯିବ । ଏହାର ଅର୍ଥ ହେଉଛି ମହିଳାଙ୍କ ଉପରେ ହେଉଥିବା ହିଂସାକୁ ଦମନ କରିବା । ଇସଲାମି ଅମିରାତର ସଂସ୍କୃତି ଆୟୋଗର ସଦସ୍ୟ ଇମାନୁଲ୍ଲାହ ସମନଗନି ମଙ୍ଗଳବାର ଆଫଗାନିସ୍ତାନର ସରକାରୀ ଟେଲିଭିଜନରେ ଏହି ଟିପ୍ପଣି ଦେଇଛନ୍ତି । ସେ କହିଛନ୍ତି ଏହା ଏବେ ତାଲିବାନ ହାତରେ । ଇସଲାମି ଅମିରାତ ଚାହେଁନାହିଁ ମହିଳାମାନେ ପୀଡ଼ିତ ହୁଅନ୍ତୁ । ତାଲିବାନ ଆଫଗାନିସ୍ତାନ ପାଇଁ ଇସଲାମି ଅମିରାତ ଶବ୍ଦର ବ୍ୟବହାର କରୁଛି ।