Taliban spokesman Zabihullah Mujahid (C, with shawl) speaks to the media at the airport in Kabul on August 31, 2021. - The Taliban joyously fired guns into the air and offered words of reconciliation on August 31, as they celebrated defeating the United States and returning to power after two decades of war that devastated Afghanistan. (Photo by WAKIL KOHSAR / AFP)
ଲଣ୍ଡନ,୧୧ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ସାରା ବିଶ୍ୱରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିବାର ଭୟ ଦେଖାଦେଇଛି । କୁହାଯାଉଛି କି ପୁଣିଥରେ ୨୦ ବର୍ଷ ପରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ ହେବାକୁ ଯାଉଛି । ଏହାକୁ ନେଇ ୟୁନାଇଟେଡ କିଙ୍ଗଡମ(ୟୁକେ) ଗୁଇନ୍ଦା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ମତରେ ପଶ୍ଚିମ ଦେଶରେ ତାଲିବାନ ଆସିବା ପରେ ଅଲକାଏଦା ଭଳି ଆତଙ୍କବାଦୀ ଆକ୍ରମଣ ଅର୍ଥାତ୍ ୯/୧୧ ଭଳି ଘଟଣା ବଢିପାରେ । ଏମ୍୧୫ର ଡାଇରେକ୍ଟର ଜେନରାଲ କୈନ ମ୍ୟାକଲନ କହିଛନ୍ତି ତାଲିବାନ ଆସିବା ପରେ ୟୁକେ ପ୍ରତି ଅଧିକ ବିପଦ ରହିଛି । କାରଣ ଏବେ ନାଟୋର ସେନା ବି ଆଫଗାନିସ୍ତାନରୁ ଯାଇ ସାରିଛନ୍ତି ଓ ସେଠାରେ ବର୍ତ୍ତମାନ କୌଣସି ଲୋକତାନ୍ତ୍ରିକ ସରକାର ନହିଁ । ସେ ଯୋର ଦେଇ କହିଛନ୍ତି ଯେ ଆତଙ୍କବାଦୀ ଭୟ ରାତାରାତି କେବେ ବଦଳି ନ ଥାଏ । ଟ୍ରେନିଂ କ୍ୟାମ୍ପ ଓ ଏହାପାଇଁ ଇନଫ୍ରାଷ୍ଟ୍ରକ୍ଚର ଏକାଠି କରିବାକୁ ସମୟ ଲାଗିଥାଏ । କୈନ ମ୍ୟାକଲନଙ୍କ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ କେତେଗୁଡିଏ ସମୟରେ ୟୁକେରେ ଏମିତି ଆତଙ୍କବାଦୀ ଆକ୍ରମଣ ହୋଇଥିବା ଦେଖାଯାଇଛି । ଯେଉଁଠାରେ ଆତଙ୍କବାଦି କୌଣସି ନା କୌଣସି ବିଚାରଧାରା ଦ୍ୱାରା ପ୍ରେରଣା ପାଇଥାଏ । ସୂଚନାଯୋଗ୍ୟ, ୨୦୦୫ରେ ବ୍ରିଟେନରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେତେବେଳେ ଟ୍ରେନ୍ ଓ ବସରେ ପାଖାପାଖି ୫୨ ଜଣ ଲୋକଙ୍କୁ ଆତ୍ମଘାତି ବିସ୍ଫୋରଣ ଦ୍ୱାରା ମାରି ଦିଆଯାଇଥିଲା ।