ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୁଇ ମୃତଦେହ ପଡିଥିବା ସ୍ଥାନୀୟ ଲୋକ ଦେଖିବକୁ ପାଇଥିଲେ। ପରର ପୋଲିସକୁ ଖବର ଦେଇଥିଲେ। ମୃତ ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ତାଳଚେର ଥାନା ଲିଙ୍ଗରାକଟା ଗ୍ରାମର ୧୮ ବର୍ଷୀୟ ଯୁବକ ଦିବ୍ୟରଞ୍ଜନ ପରିଡ଼ା ଏବଂ ଅନ୍ୟ ଜଣଙ୍କ ବଅଁରପାଳ ଥାନା ଭୋଗବେରଣୀ ପଞ୍ଚାୟତ ଜଣକ ହେଲେ ୨୦ ବର୍ଷୀୟ ଯୁବକ ନାରାୟଣ ଚନ୍ଦ୍ରପୁର ଜନାର୍ଦନ ନାଏକ କୁହାଯାଉଛି। ଘଟଣାସ୍ଥଳରେ ଉଭୟ ପରିବାରବର୍ଗ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହିତ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ତାଳଚେର ଓ ବଅଁରପାଳ ପୋଲିସ ପହଁଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଲାଗି ରହିଛି ।

 

Dharitri – Odisha’s No.1 Odia Daily