ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ଼ ସ୍ମିତା ରାଣୀ ପଣ୍ଡା ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଡ ପଣ୍ଡା ଆସିକା ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟରୁ ଏଠାକୁ ବଦଳି ହୋଇ ଆସିଥିଲେ। ଆଜି ସେ ଦାୟିତ୍ବ ନେବାପରେ ସମସ୍ତ କର୍ମଚାରୀ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଏହି ଅବସରରେ ଡ ପଣ୍ଡା ମହାବିଦ୍ୟାଳୟ ଓ ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।