କଲମ କାଢି ଲେଖନ୍ତୁ, କୃଷକଙ୍କ ଋଣ ହେବ ଛାଡ଼: ରାହୁଲ ଦେଲେ ପ୍ରତିଶ୍ରୁତି

ରାୟପୁର,୮।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଛତିଶଗଡର ସୁରଗୁଜାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଛତିଶଗଡର ଚାଷୀଙ୍କୁ ଋଣ ଛାଡ ପ୍ରତିଶ୍ରୁତି ଦେବା ସହ ସେ କେନ୍ଦ୍ର ଭାଜପା ସରକାରଙ୍କୁ ନିନ୍ଦା କରିଛନ୍ତି।
ରାହୁଲ ଗାନ୍ଧୀ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ କୃଷକମାନଙ୍କ ପାଇଁ ଋଣ ଛାଡ଼ର ପ୍ରତିଶ୍ରୁତି ଦୋହରାଇ କହିଛନ୍ତି, ଗୋଟିଏ କଲମ ବାହାର କରି ଲେଖ, କୃଷକଙ୍କ ଋଣ ଛାଡ଼ କରାଯିବ। ଆମେ ୨୦୧୮ରେ କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ଆଗକୁ ମଧ୍ୟ ଆମେ ଦେଇଥିବେ ପ୍ରତିଶ୍ରୁତି ପାଳନ କରିବୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ବିଷୟରେ କହିଥିଲେ। କିନ୍ତୁ ଏହା ପ୍ରତିଶ୍ରୁତିରେ ହିଁ ରହିଗଲା।

Share
Tags: Rahul gandhi