Categories: Home Middleଖେଳ

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ଏହି ଟୁର୍ନାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ ଏବଂ ଭାରତୀୟ ଦଳର ପ୍ରଥମ ମ୍ୟାଚ ଆମେରିକା ବିପକ୍ଷରେ ହେବ। ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି, ସେମାନଙ୍କୁ ଚାରିଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତୀୟ ଦଳ ଗ୍ରୁପ A ରେ ଅଛି, ଯେଉଁଥିରେ ନାମିବିଆ, ନେଦରଲ୍ୟାଣ୍ଡ, ଆମେରିକା ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ।

ଭାରତୀୟ ଦଳ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ହର୍ଷିତ ରାଣା, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ତିଳକ ଭର୍ମା, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ଇଶାନ କିଶାନ, ରିଙ୍କୁ ସିଂ, ଓ୍ବାଶିଂଟନ ସୁନ୍ଦର, ଜସପ୍ରୀତ ବୁମ୍‌ରା, ।

 

Dharitri – The Largest & Most Trusted Odia Daily

Share