Categories: Home Leftଖେଳ

ଟି୨୦ ବିଶ୍ୱକପ୍‌ ବିବାଦ: ବାଂଲାଦେଶ ଆଗରେ ଏହି ସର୍ତ୍ତ ରଖିଲା ଆଇସିସି

ବେଙ୍ଗାଲୁରୁ,୧୯।୧- ଆସନ୍ତା ଫେବୃଆରୀରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ବାଂଲାଦେଶ ଦଳ ଅଂଶଗ୍ରହଣ କରିବ କି ନାହିଁ, ସେ ନେଇ ଲାଗି ରହିଥିବା ଅନିଶ୍ଚିତତା ଜାରି ରହିଛି। ଏହି ଅନିଶ୍ଚିତତାର ଅନ୍ତ ଘଟାଇବା ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଆଗରେ ଏକ ସର୍ତ୍ତ ରଖାଯାଇଛି।

କିଛି ଗଣମାଧ୍ୟମ ରିପୋର୍ଟ ମୁତାବକ, ଆଇସିସି ପକ୍ଷରୁ ବାଂଲାଦେଶକୁ କୁହାଯାଇଛି ଯେ, ଭାରତରେ ମ୍ୟାଚ୍‌ ଖେଳିବାକୁ ରାଜି ହୋଇଯାଅ ନ ହେଲେ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବାକୁ ପ୍ରସ୍ତୁତ ରୁହ। ଏଥିସହିତ ଆସନ୍ତା ବୁଧବାର ସୁଦ୍ଧା ସ୍ପଷ୍ଟ କରିବାକୁ ବିସିବିକୁ କୁହାଯାଇଛି। ଯଦି ବାଂଲାଦେଶ ଭାଗ ନ ନିଷ୍ପତ୍ତି ନିଏ, ତେବେ ସ୍କଟଲାଣ୍ଡ ବଦଳ ଦଳ ଭାବେ ବିଶ୍ୱକପ୍‌ରେ ସାମିଲ କରାଯିବ।