Categories: Home Leftଖେଳ

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ପୂର୍ବରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଶ୍ୱକପ୍‌ ଟ୍ରଫି ସହ ଜେଟ୍‌ପ୍ୟାକ୍‌ ପର୍‌ଫର୍ମର ଷ୍ଟାଡିୟମରେ ପ୍ରବେଶ ଅନ୍ୟତମ ହାଇଲାଇଟ୍‌ ଥିଲା। ଏହି କାର୍ଯ୍ୟକ୍ରମ ପ୍ରସିଦ୍ଧ ତବଲା ବାଦକ ଶିବମନି ଓ ସିତାର ବାଦକ ରିଶବ ଶର୍ମାଙ୍କ ପରଫର୍ମାନ୍ସ ସହ ଆରମ୍ଭ ହୋଇଥିଲା।

ଏଥିରେ ବଲିଉଡ୍‌ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫଥେଇ ଓ ର଼୍ୟାପର ବାଦ୍‌ଶା ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଏହି ଉତ୍ସବରେ ଆଇସିସି ଚେୟାରମ୍ୟାନ ଜୟ ଶାହା, ପୂର୍ବତନ ଭାରତୀୟ ଅଧିନାୟକ ତଥା ଚଳିତ ଟୁର୍ନାମେଣ୍ଟର ବ୍ରାଣ୍ଡ ଆମ୍ବାସାଡର ରୋହିତ୍‌ ଶର୍ମା ଆନୁଷ୍ଠାନିକ ଭାବେ ଟୁର୍ନାମେଣ୍ଟ ଆରମ୍ଭ କରିଥିଲେ।