Categories: Home Leftଖେଳ

ବିଶ୍ୱକପ୍‌ ଦଳରେ ଆଉ ଜଣେ ଆଇପିଏଲ ଷ୍ଟାର

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅଭେଶ ଖାନ ଆଇପିଏଲ୍‌ ଶେଷ ହେବା ପରେ ୟୁଏଇରେ ରହିବେ। ତାଙ୍କୁ ନେଟ୍‌ ବୋଲର ଭାବେ ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଛି।

କଶ୍ମୀର ପେସ ସେନସେଶନ ଉମ୍ରାନ ମଲିକଙ୍କ ପରେ ଦ୍ୱତୀୟ ପେସର ଭାବେ ୨୪ ବର୍ଷୀୟ ଅଭେଶଙ୍କୁ ଭାରତୀୟ ଦଳରେ ଯୋଗ ଦେବାକୁ କହିଛି ବିସିସିଆଇ। ଯଦି ବିସିସିଆଇ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଏହି ପେସରଙ୍କୁ ବିଶ୍ୱକପ୍‌ ଦଳର ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ମଧ୍ୟ ସାମିଲ କରାଯାଇପାରେ।

ଅଭେଶଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ଜାତୀୟ ଚୟନକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ତାଙ୍କୁ ନେଟ୍‌ ବୋଲର ଭାବେ ସାମିଲ କରାଯିବ। କିନ୍ତୁ ଯଦି ଟିମ୍‌ ମ୍ୟାନେଜମେଣ୍ଟ ଅନୁଭବ କରେ, ତେବେ ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ସାମିଲ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଅଭେଶ ଚଳିତ ଆଇପିଏଲରେ ୨୩ ଉଇକେଟ ନେଇଛନ୍ତି।