ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ Pat Cummins ସାମିଲ ଥିଲେ, କିନ୍ତୁ ତାଙ୍କୁ ମୁଖ୍ୟ ଦଳରେ ସାମିଲ କରାଯାଇ ନାହିଁ। ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇଛି। ଅଷ୍ଟ୍ରେଲିଆ କେବଳ କମିନ୍ସ ନୁହେଁ, ବରଂ ଏହାର ପ୍ରାରମ୍ଭିକ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଆଜି (ଜାନୁଆରୀ ୩୧) ଦଳ ପରିବର୍ତ୍ତନ ପାଇଁ ଶେଷ ତାରିଖ।
ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା T20 World Cup ୨୦୨୬ ପାଇଁ ଏବେ ଗୋଟିଏ ସପ୍ତାହ ବାକି ଅଛି। ୭ ତାରିଖରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଖେଳିବେ, ପ୍ରତ୍ୟେକ ପାଞ୍ଚଟି ଲେଖାଏଁ ଗ୍ରୁପରେ ବିଭକ୍ତ। ଅଷ୍ଟ୍ରେଲିଆ ଗ୍ରୁପ ବିରେ ଅଛି ଏବଂ ଏହି ଗ୍ରୁପ ର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ। ଅଷ୍ଟ୍ରେଲିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ୟାଟ କମିନ୍ସ, ଯିଏ ପିଠିର ତଳ ଭାଗରେ (Lumbar Stress Injury) ଆଘାତରୁ ସୁସ୍ଥ ହୋଇ ଟି୨୦ ବିଶ୍ୱକପ ଖେଳିବେ ବୋଲି ଆଶା କରାଯାଉଥିଲା, ତାଙ୍କୁ ପ୍ରାଥମିକ ଦଳରେ ସାମିଲ କରାଯାଇଥିଲା କିନ୍ତୁ ତାଙ୍କୁ ମୁଖ୍ୟ ଦଳରୁ ବାଦ ଦିଆଯାଇଛି।
ପଢ଼ନ୍ତୁ ➡️ICC ରିଲିଜ କଲା Anthem song
କେବଳ ପ୍ୟାଟ କମିନ୍ସ ନୁହେଁ, ବରଂ ପ୍ରାରମ୍ଭିକ ଦଳରେ ସାମିଲ ହୋଇଥିବା ମ୍ୟାଟ ସର୍ଟ ମଧ୍ୟ ମୁଖ୍ୟ ଦଳରେ ସାମିଲ ନାହାନ୍ତି। ସେମାନଙ୍କ ସ୍ଥାନରେ ମ୍ୟାଟ ରେନଶା ଏବଂ ବେନ ଡୋର୍ଶୁଇସଙ୍କୁ ଚୟନ କରାଯାଇଛି। ଅଭିଜ୍ଞ ବୋଲର କମିନ୍ସଙ୍କ ଅନୁପସ୍ଥିତି ନିଶ୍ଚିତ ଭାବରେ ଦଳ ପାଇଁ ଏକ ବଡ଼ ଧକ୍କା, ମିଚେଲ ମାର୍ଶଙ୍କ ଅଧିନାୟକତ୍ୱରେ ଏହି ଦଳ ଶକ୍ତିଶାଳୀ ମନେହୁଏ। ଏଥିରେ ଟ୍ରାଭିସ ହେଡ, ଟିମ ଡେଭିଡ, ଜୋଶ ଇଙ୍ଗଲିସ, କ୍ୟାମେରନ ଗ୍ରୀନ, ଜୋଶ ହାଜେଲଉଡ, ମାର୍କସ ଷ୍ଟୋଇନିସ ଏବଂ ଗ୍ଲେନ ମ୍ୟାକ୍ସୱେଲ ଭଳି ପ୍ରମୁଖ ନାମ ରହିଛି, ଯେଉଁମାନେ ସମସ୍ତେ ଟି-୨୦ ଫର୍ମାଟରେ ପ୍ରସିଦ୍ଧ ଖେଳାଳି।