ନୂଆଦିଲ୍ଲୀ,୨୭।୨: ଭାରତୀୟ ଦଳ ମାର୍ଚ୍ଚ ୧ ତାରିଖରେ ଜିମ୍ବାୱେ ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ତାର ଶେଷ ମ୍ୟାଚ ଖେଳିବ। ଯଦି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରେ, ତେବେ ସେମାନେ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିବେ। ଟି-୨୦ ବିଶ୍ୱକପ ସେମିଫାଇନାଲ ଗ୍ରୁପ ୧ ଏବଂ ଗ୍ରୁପ ୨ର ଦଳଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଗ୍ରୁପ ୧ର ନମ୍ବର ୧ ଦଳ ଗ୍ରୁପ B ର ନମ୍ବର ୨ ଦଳ ସହିତ ମୁକାବିଲା କରିବ, ସେହିପରି ଗ୍ରୁପ ୨ର ନମ୍ବର ୧ଦଳ ଗ୍ରୁପ ୧ର ନମ୍ବର ୨ଦଳ ସହିତ ମୁକାବିଲା କରିବ। ଯଦି ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ପରାସ୍ତ କରେ, ତେବେ ସେମାନେ ଗ୍ରୁପ ୧ରେ ଦ୍ୱିତୀୟ ସ୍ଥାନ ଅଧିକାର କରିବେ। ଏହି ପରିସ୍ଥିତିରେ, ଭାରତ ସେମିଫାଇନାଲରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡକୁ ଭେଟିପାରେ। ତଥାପି, ସେମିଫାଇନାଲ ପହଞ୍ଚିବାର ପାକିସ୍ତାନର ସ୍ବପ୍ନ ଅଧୁରା ରହିପାରେ।