ନୂଆଦିଲ୍ଲୀ,୨୪।୧: ଆଇସିସି ଏବେ ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶକୁ ବାଦ୍ ଦେବାକୁ ଯୋଜନା କରୁଛି। ଭାରତରେ ଏହି ଆଇସିସି ଇଭେଣ୍ଟ ଖେଳିବ ନାହିଁ ବୋଲି ଘୋଷଣା କରିଥିବା ବାଂଲାଦେଶ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ସ୍ଥାନ ପରିବର୍ତ୍ତନକୁ ଏବେ ବି ହାର୍ ମାନିବାକୁ ରାଜି ନୁହେଁ। ସେମାନେ ଏବେ ଆଇସିସି ବିବାଦ ସମାଧାନ କମିଟି ନିକଟରେ ଆବେଦନ କରିଛନ୍ତି। ବିସିବି ୨୦୨୬ ଟି୨୦ ବିଶ୍ୱକପରେ ଅଂଶଗ୍ରହଣ କରିବା ପାଇଁ ଆଶାବାଦୀ ରହିଛି। ଏହି ସମୟରେ, ଆଇସିସି ଏବେ ସ୍କଟଲ୍ୟାଣ୍ଡ ସହିତ ଆଲୋଚନା ଆରମ୍ଭ କରିଥିବା କୁହାଯାଇଛି।