T20 World Cup 2026: ଅଭିଷେକ-ସାମସନ ଭାଙ୍ଗିଲେ ଓପନିଂ ରେକର୍ଡ, ଜିମ୍ବାଓ୍ବେ ବିପକ୍ଷରେ…

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଟିମ ଇଣ୍ଡିଆର ଓପନିଂ ଯୋଡ଼ି ଶେଷରେ ନିଜର ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ମଧ୍ୟରେ ୪୮ ରନର ଦମଦାର ଭାଗିଦାରୀ ଦେଖିବାକୁ ମିଳିଥିଲା। ଯାହା ଚଳିତ ବିଶ୍ୱକପ୍‌ରେ ଭାରତର ସର୍ବାଧିକ ଓପନିଂ ପାର୍ଟନରଶିପ ସାବ୍ୟସ୍ତ ହୋଇଛି।

ପାୱାରପ୍ଲେରେ ଭାରତକୁ ଏକ ଜବରଦସ୍ତ ଆରମ୍ଭ ଦେଇ ଏହି ଦୁଇ ବ୍ୟାଟର ମାତ୍ର ୨୩ ବଲ୍‌ରେ ୪୮ ରନ୍‌ ସଂଗ୍ରହ କରିଥିଲେ। ସାମସନ ୧୫ ବଲ୍‌ରୁ ୨୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଭିଷେକ ୮ ବଲ୍‌ରୁ ୧୭ ରନ୍‌ କରି ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଥିଲେ। ପୂର୍ବରୁ ଖେଳାଯାଇଥିବା ୫ଟି ଯାକ ମ୍ୟାଚ୍‌ର ମୋଟ ଓପନିଂ ସ୍କୋରକୁ ମିଶାଇଲେ ମଧ୍ୟ ତାହା ଜିମ୍ବାୱେ ବିପକ୍ଷରେ ହୋଇଥିବା ୪୮ ରନ୍‌ରୁ କମ ହେଉଛି।

ଓପନିଂ ପାର୍ଟନରଶିପ ତୁଳନା:

ଗତ ୫ଟି ମ୍ୟାଚ (ମୋଟ):୩୪ ରନ୍‌

ଜିମ୍ବାୱେ ବିପକ୍ଷରେ (ଏକାକୀ): ୪୮ ରନ୍‌

ସଞ୍ଜୁ ସାମସନ ଆଉଟ ହେବା ପରେ ମଧ୍ୟ ଅଭିଷେକ ଶର୍ମା କ୍ରିଜ୍‌ରେ ଜମି ରହିଥିଲେ। ପୂର୍ବ ୪ଟି ଇନିଂସ ଅପେକ୍ଷା ଜିମ୍ବାୱେ ବିପକ୍ଷରେ ସେ ଅଧିକ ଆତ୍ମବିଶ୍ୱାସୀ ଦେଖାଯାଉଥିଲେ। ସଞ୍ଜୁଙ୍କ ପରେ ତାଙ୍କୁ ଇଶାନ କିଷାନଙ୍କ ସାଥ ମିଳିଥିଲା ଏବଂ ଉଭୟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ପାୱାରପ୍ଲେ ସୁଦ୍ଧା ୮୦ ରନରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା।

 

Dharitri – Odisha’s No.1 Odia Daily

Share