Categories: Home Leftଖେଳ

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ନେଦରଲାଣ୍ଡ୍ସ

ନୂଆଦିଲ୍ଲୀ,୧୩।୫: ନେଦରଲାଣ୍ଡ୍ସ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କରିଛି। ଦଳ ସ୍କଟ ଏଡୱାର୍ଡସଙ୍କୁ ଅଧିନାୟକ କରିଛି। ଆର୍ଯ୍ୟନ ଦତ୍ତ ଏବଂ ବାସ ଡି ଲିଡେ ମଧ୍ୟ ଦଳର ଏକ ଅଂଶ। ନେଦରଲାଣ୍ଡ୍ସ ଚଳିତ ଥର ଅଭିଜ୍ଞ ଖେଳାଳି ତଥା ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି। ହେଲେ ଅଲରାଉଣ୍ଡର ରୋଲଫ ଓ୍ବାନ ଡେର୍‌ ମେରୱେ ଏବଂ କଲିନ ଆକ୍କର୍ମନଙ୍କୁ ସୁଯୋଗ ଦିଆଯାଇନାହିଁ।

ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ନେଦରଲାଣ୍ଡ୍ସ ଦଳ: ସ୍କଟ ଏଡୱାର୍ଡସ (ଅଧିନାୟକ / ଉଇକେଟ୍‌ କିପର), ଆର୍ଯ୍ୟନ ଦତ୍ତ, ବାସ ଡି ଲିଡେ, ଡେନିଏଲ ଡୋରମ, ଫ୍ରେଡ କ୍ଲାସେନ, କାଇଲ କ୍ଲେନ, ଲେଗାନ ଓ୍ବାନ ବେକ, ମ୍ୟାକ୍ସ ଓଡୋଡ, ମାଇକେଲ ଲେବିଟ, ପଲ ଭାନ ମେକିରେନ, ସାଇବ୍ରାଣ୍ଡ ଏଙ୍ଗେଲବ୍ରେକ୍ଟ, ତେଜା ନିଦାମନୁରୁ, ଟିମ ପ୍ରିଙ୍ଗଲ, ବିକ୍ରମ ସିଂ, ଭିଭ କିଙ୍ଗମା, ୱେସଲେ ବାରେସି