ବଜାରରେ ସିମ୍ଫୋନିର ନୂତନ ଉତ୍ପାଦ

ଭୁବନେଶ୍ୱର,୧।୨(ଅଭୟ ଦାଶ): ସିମ୍ଫୋନି ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ୱାଟର ହିଟର ରେଞ୍ଜ ‘ସିମ୍ଫୋନି ସ୍ପା,ସଉନା ଏବଂ ସୋଲ୍‌’ର ଶୁଭାରମ୍ଭ କରାଯାଇଛି। ଏପରି କି ପାଣି ଗରମ କରିବା ବ୍ୟବସ୍ଥାକୁ କମ୍ପାନୀ ପ୍ରବେଶ କରିଛି। କମ୍ପାନୀ ୯-ଲେୟର ବିଶିଷ୍ଟ ପ୍ୟୁରୋପଡ୍‌ ପ୍ରଯୁକ୍ତି ସହିତ ୱାଟର ହିଟର ବର୍ଗ ପ୍ରଚଳନ କରିଛି, ଯାହା କେଶ ଝଡ଼ିବାର ଅନ୍ୟତମ କାରଣ ହୋଇଥିବା କ୍ଷାରୀୟ ଜଳକୁ ମୃଦୁ ଜଳରେ ରୂପାନ୍ତରିତ କରୁଛି, କ୍ଷତିକାରକ ରସାୟନ ଓ ଅନ୍ୟାନ୍ୟ ଦ୍ରବ୍ୟକୁ ମଧ୍ୟ ଛାଣିଦେଉଛି। ସେହିଭଳି ଏହି ୩ଟି ମଡେଲ ଯଥାକ୍ରମେ ୧୦ ଲିଟର, ୧୫ଲିଟର ଏବଂ ୨୫ଲିଟର କ୍ଷମତାରେ ଆସୁଛି। ଏଥିସହ କମ୍ପାନୀ ସ୍ପା ବର୍ଗରେ ମଧ୍ୟ ସ୍ମାର୍ଟବାଥ୍‌ ପ୍ରଯୁକ୍ତି ପ୍ରଚଳନ କରିଛି। ଏହା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପରିଚାଳିତ ହେଉଛି। ଏ ସମ୍ପର୍କରେ ସିମ୍ଫୋନି ଲିମିଟେଡ୍‌ର ଚେୟାରମ୍ୟାନ ତଥା ଏମ୍‌ଡି ଅଚଲ ବକେରି କହିଥିଲେ, ଆମେ ଆମର ‘ଆସନ୍ତାକାଲି ସମ୍ପର୍କରେ ଚିନ୍ତନ କରିବା’ ଦର୍ଶନ ଦ୍ୱାରା ପରିଚାଳିତ ହେଉଛି। ଏପରିକି ଆମେ ଆସନ୍ତାକାଲି ଓ ଆଜି ସମ୍ପର୍କରେ ମଧ୍ୟ ବିଚାର କରିଥାଉ ଏବଂ କେଶ ଓ ତ୍ୱଚା ଉପରେ କ୍ଷାରୀୟ ଜଳର ପ୍ରଭାବ ଓ ତାହା ସହିତ ଉଚ୍ଚତାରେ ଖଞ୍ଜାଯାଇଥିବା ଗିଜର ପରିଚାଳନା କରିବାରେ ଅସୁବିଧା ସମ୍ପର୍କରେ ମଧ୍ୟ ଗ୍ରାହକଙ୍କ ଅନ୍ତର୍ଦୃଷ୍ଟିକୁ ଏକତ୍ରିତକରି ଏହି ଅନନ୍ୟ ଗିଜର ବିକଶିତ କରିଛୁ। ଜଳର କ୍ଷାରୀୟ ଅଂଶ ହ୍ରାସ କରିବା ପାଇଁ ଉନ୍ନତ ଫିଲଟ୍ରେସନ ଏବଂ ଏକ ଏଆଇ ସମର୍ଥିତ ସ୍ପ୍ଲାଶ୍‌-ପ୍ରୁଫ ଓୟାରଲେସ କଣ୍ଟ୍ରୋଲର ସହ ଆମ ଗିଜରଗୁଡ଼ିକ ସହଜ ପରିଚାଳନାକୁ ସୁନିଶ୍ଚିତ କରୁଛି। ସେହିଭଳି ସିମ୍ଫୋନି ଲିମିଟେଡର ଗ୍ରୁପ୍‌ ସିଇଓ ଅମିତ କୁମାର କହିଥିଲେ, ଭାରତର ବର୍ଦ୍ଧିତ ମଧ୍ୟମ ବର୍ଗ ଆଧୁନିକ ବିଳାସ ଚାହୁଁଛନ୍ତି ଏବଂ ଆମେ ସିମ୍ଫୋନି ସ୍ପା ଗିଜରକୁ ବଜାର ପ୍ରବେଶ କରାଇବା ନେଇ ବେଶ୍‌ ଉଲ୍ଲସିତ ଅଛୁ।