Categories: Home Leftଖେଳ

ସୁଇଜରଲାଣ୍ଡରେ ନୀରଜ ସମ୍ବର୍ଦ୍ଧିତ

ଜୁରିଚ୍‌, ୪ା୯: ବିଶ୍ୱ ଚାମ୍ପିୟନ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ସୁଇଜରଲାଣ୍ଡର ପର୍ଯ୍ୟଟନ ବିଭାଗ ସମ୍ବର୍ଦ୍ଧିତ କରିଛି। ଗତ ମାସରେ ବୁଦାପେଷ୍ଟଠାରେ ୮୮.୧୭ ମିଟର ଜାଭେଲିନ୍‌ ଥ୍ରୋ କରି ବିଶ୍ୱ ଟାଇଟଲ ହାସଲ କରିବା ପରେ ନିରଜ ଅଲିମ୍ପିକ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ ଜିତିବାରେ ତୃତୀୟ ଜାଭେଲିନ୍‌ ଥ୍ରୋୟର ବିବେଚିତ ହୋଇଛନ୍ତି।

ନୀରଜ ସୁଇଜରଲାଣ୍ଡ ପର୍ଯ୍ୟଟନ ବିଭାଗର ‘ଫ୍ରେଣ୍ଡଶିପ୍‌ ଆମ୍ବାସାଡର’ ରହିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ନିରଜ୍‌ଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଶୁଭ କାମନା କରୁଛୁ ବୋଲି ସୁଇଜରଲାଣ୍ଡ ପର୍ଯ୍ୟଟନ ବିଭାଗର ଗ୍ଲୋବାଲ ପାର୍ଟନରଶିପ୍‌ ମୁଖ୍ୟ ପାସ୍କାଲ ପ୍ରିଞ୍ଜ ପ୍ରକାଶ କରିଛନ୍ତି।