ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ରାମଲୀଳା ମଇଦାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ା ଶପଥ ନେଇଛନ୍ତି ରେଖା ଗୁପ୍ତା। ଏହି ଶପଥ ଗ୍ରହଣ ଉତ୍ସବରେ ବହୁ ବଡ଼ ବଡ଼ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳିଥିଲା। ହେଲେ ସବୁଠୁ ବଡ଼ କଥା ହେଉଛି ଏଥିରେ ଏମପି ସୱାତୀ ମାଲିୱାଲ ମଧ୍ୟ ଉପସ୍ଥିତ ଥିଲେ। ଖବର ସରବରାହ ସଂସ୍ଥା ପିଟିଆଇ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଦିଲ୍ଲୀ ମହିଳା କମିଶନର ପୂର୍ବତନ ମୁଖ୍ୟ ମାଲିୱାଲ ଏକ ମଞ୍ଚରେ କଂଗ୍ରେସର ଦିଲ୍ଲୀ ୟୁନିଟ ମୁଖ୍ୟ ଦେବେନ୍ଦ୍ର ଯାଦବଙ୍କ ସହିତ କିଛି ଆଲୋଚନା କରୁଛନ୍ତି।
ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ମାଲିୱାଲ ଗତ କିଛି ସପ୍ତାହ ଏବଂ ମାସ ମଧ୍ୟରେ ତାଙ୍କର ସବୁଠାରୁ ସ୍ପଷ୍ଟ ସମାଲୋଚକ ଭାବରେ ଉଭା ହୋଇଛନ୍ତି।
୨୦୨୪ ଅକ୍ଟୋବରରେ ହରିୟାଣା ର୍ନିବାଚନ ସମୟରେ କଜରିୱାଲ ଏବଂ ମାଲିୱାଲଙ୍କ ମଧ୍ୟରେ ଫାଟ ଆହୁରି ବୃଦ୍ଧି ପାଇଥିଲା ଯେତେବେଳେ ସେ କେଜରିଓ୍ବାଲଙ୍କ ଉପରକୁ ଆଭ୍ଗୁଠି ଉଠାଇଥିଲେ। ସେ କହିଥିଲେ, AAP ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସହିତ ବିଶ୍ୱାସଘାତକତା କରିଛି। ଯାହାପରେ ଏଏପି ଦିଲ୍ଲୀରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଏଏପି ମୋଟ ଭୋଟର ଦୁଇ ପ୍ରତିଶତରୁ କମ ଭୋଟ ପାଇଥିଲା।