ନୂଆଦିଲ୍ଲୀ,୨୦ା୮: ଅଭିନେତ୍ରୀ ସ୍ୱରା ଭାସ୍କର ପୁନର୍ବାର ନିଜ ମତ ପାଇଁ ଚର୍ଚ୍ଚାରେ। ‘ରାଞ୍ଝଣା’ ତାରକା ସ୍ୱରା, ଯିଏ ପ୍ରାୟ ସମସ୍ତ ବିଷୟରେ ମତ ରଖନ୍ତି, ଏକ ସାମ୍ପ୍ରତିକ ସାକ୍ଷାତକାରରେ କହିଛନ୍ତି ଯେ ମଣିଷ ମୂଳତଃ ଉଭୟଲିଙ୍ଗୀ (ବାଇସେକ୍ସୁଆଲ)।
ସ୍ୱରା ବର୍ତ୍ତମାନ ରିଅଲିଟି ଶୋ ‘ପତି ପତ୍ନୀ ଔର ପଙ୍ଗା – ଜୋଡ଼ିୟୋଂ କା ରିଅଲିଟି ଚେକ’ରେ ତାଙ୍କ ସ୍ୱାମୀ ତଥା ରାଜନେତା ଫହାଦ ଅହମଦଙ୍କ ସହ ଦେଖାଯାଉଛନ୍ତି। ଏକ ସାକ୍ଷାତକାରରେ ସ୍ୱରା କହିଛନ୍ତି, “ସମଲିଙ୍ଗୀତା ଏକ ଆଦର୍ଶ (ଆଇଡିଓଲୋଜି) ଯାହା ହଜାର ହଜାର ବର୍ଷ ଧରି ସାଂସ୍କୃତିକ ଭାବେ ଆମ ଉପରେ ଲଦି ଦିଆଯାଇଛି। ଆମେ ସମସ୍ତେ ଉଭୟଲିଙ୍ଗୀ, କିନ୍ତୁ ମାନବ ଜାତିର ବଂଶ ବିସ୍ତାର ପାଇଁ ସମଲିଙ୍ଗୀତାକୁ ଆଦର୍ଶ କରାଯାଇଛି।”
ସାକ୍ଷାତକାରରେ ସେ କାହା ପ୍ରତି ଆକର୍ଷିତ ବୋଲି ପଚରାଯିବାରେ ସ୍ୱରା ସମାଜବାଦୀ ପାର୍ଟିର ସାଂସଦ ଡିମ୍ପଲ ଯାଦବଙ୍କ ନାମ ନେଇଛନ୍ତି। ସେ ମଜା କରି କହିଛନ୍ତି ଯେ, ତାଙ୍କ ଏହି ବୟାନ ପରେ ତାଙ୍କ ସ୍ୱାମୀଙ୍କ ରାଜନୈତିକ ଜୀବନ ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ମଧ୍ୟ ବିପଦରେ ପଡ଼ିପାରେ। ସ୍ୱରା ଜଣାଇଛନ୍ତି ଯେ ସେ ନିକଟରେ ଡିମ୍ପଲ ଯାଦବଙ୍କୁ ଭେଟିଥିଲେ ଏବଂ ଏହା ପୂର୍ବରୁ ଡିମ୍ପଲଙ୍କ ଜନ୍ମଦିନରେ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ।
ସୂଚନାଯୋଗ୍ୟ, ୨୦୨୩ରେ ସ୍ୱରା ଓ ଫହାଦଙ୍କ ଝିଅ ରାବିୟା ଜନ୍ମ ହୋଇଥିଲା। ସମ୍ପ୍ରତି ସେ ମାତୃତ୍ୱ ଗ୍ରହଣ ପରେ ନିଜର ପରିଚୟ ସଙ୍କଟ ଅନୁଭବ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସେ ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀଙ୍କୁ ଜାତିଗତ ଅପମାନ କରିଥିବା ଜଣେ ଟ୍ରୋଲରଙ୍କୁ ମଧ୍ୟ ଜବାବ ଦେଇ ଚର୍ଚ୍ଚାରେ ଥିଲେ।