ମମତାଙ୍କୁ ବଡ ଝଟ୍‌କା

କୋଲକତା,୧୬।୧୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ବିଧାୟକ ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅଧିକାରୀ ତାଙ୍କ ଇସ୍ତଫା ଦାଖଲ କରିବାକୁ ବିଧାନସଭାରେ ପହଞ୍ଚିଛନ୍ତି। କିନ୍ତୁ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ ଇସ୍ତଫା ସଚିବାଳୟରେ ଦାଖଲ କରିଥିଲେ। କିଛି ସମୟ ପୂର୍ବରୁ ଶୁଭେନ୍ଦୁୁ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ଶୁଭେନ୍ଦୁ ପରିବହନ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ସେ ଏହି ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଶୁଭେନ୍ଦୁଙ୍କ ଇସ୍ତଫା ପରେ ଭାଜପା ଉପାଧ୍ୟକ୍ଷ ମୁକୁଲ ରାୟ କହିଛନ୍ତି ଯେ, ଯେଉଁ ଦିନ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେଦିନ ମୁଁ କହିଥିଲି ଯେ ସେ ଟିଏମସି ଛାଡିଲେ ଖୁସି ହେବେ ଏବଂ ଆମେ ତାଙ୍କୁ ସ୍ବାଗତ କରିବୁ। ଆଜି ସେ ପଶ୍ଚିମବଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଏବଂ ମୁଁ ତାଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛି ବୋଲି ସେ କହିଛନ୍ତି।