Myanmar's leader Aung San Suu Kyi speaks on the second day of hearings in a case filed by Gambia against Myanmar alleging genocide against the minority Muslim Rohingya population, at the International Court of Justice (ICJ) in The Hague, Netherlands December 11, 2019. REUTERS/Yves Herman
ନାପିତାଉ, ୧୧ା୧: ମ୍ୟାନ୍ମାର ଗାଦିଚ୍ୟୁତ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ୍ ସାନ୍ ସୁ ଚୀଙ୍କୁ ସୋମବାର ଏକ କୋର୍ଟ ବେଆଇନ ଭାବେ ଓ୍ବାକି-ଟକିଜ୍ ଆଣି ବ୍ୟବହାର କରିବା, କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଅଧିକ ୪ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଗତ ମାସରେ ୨ ଅନ୍ୟ ଅଭିଯୋଗରେ କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ପରେ ମ୍ୟାନ୍ମାରରେ ଶାସନ କବ୍ଜା କରିନେଇଥିବା ସେନା ପକ୍ଷରୁ ଏହି ଦଣ୍ଡକୁ ୨ ବର୍ଷକୁ କମାଯାଇଥିଲା। ଗତ ଫେବୃୟାରୀରେ ୭୬ ବର୍ଷୀୟା ସୁ ଚୀଙ୍କ ନିର୍ବାଚିତ ସରକାରକୁ ସେନା ଶାସନରୁ ହଟାଇ ଦେବା ସହ ଶାସକ ଦଳ ନ୍ୟାଶନାଲ ଲିଗ୍ ଫର୍ ଡେମୋକ୍ରାସିର ବହୁ ନେତାଙ୍କୁ ଗିରଫ କରିଥିଲା। ଏହା ବିରୋଧରେ ବହୁସଂଖ୍ୟାରେ ଜନ ସାଧାରଣ ବିକ୍ଷୋଭ କରିଥିଲେ। ଆନ୍ଦୋଳନ ହଟାଇବାକୁ ସେନା କାର୍ଯ୍ୟାନୁଷ୍ଠାନରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ତାଙ୍କ ବିରୋଧରେ ସେନା ପକ୍ଷରୁ ଏକାଧିକ ଗମ୍ଭୀର ଅଭିଯୋଗ ଅଣାଯାଇଥିଲା। ସମସ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସୁ ଚୀଙ୍କୁ ୧୦୦ରୁ ଅଧିକ ବର୍ଷ ଜେଲ ଦଣ୍ଡ ହୋଇପାରେ।