ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ବନ୍ଧା ହେଲେ ସ୍ବାମୀ-ଶ୍ୱଶୁର

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି):ଗତ ମେ ମାସ ୨୯ରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମଠାରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପରଦା ହଟିଛି l ଏନେଇ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ କୋଷାବରା ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ନିଖୋଜ ର ଦିନକ ପରେ ଗ୍ରାମ ମଝି ଚାଷଜମି ପାଖ ଏକ ପରିତ୍ୟକ୍ତ କୂଅରୁ ପୋଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ କରି ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରିଥିଲା।
ମୃତକ ମହିଳା ଜଣକ ହେଉଛନ୍ତି ରାୟଗଡା ଜିଲା କାଶିପୁର ବ୍ଳକ ଅନ୍ତର୍ଗତ ଜଡ଼ା ଆମ୍ବ ଗ୍ରାମର କାଲି ଦାସ ନାଏକଙ୍କ ବଡ଼ ଝିଅ ତମାଲ ନାଏକ ସେ ଗତ ୪ବର୍ଷ ତଳେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଲଳିତ ନାଏକଙ୍କ ପୁଅ ରଞ୍ଜନ ନାଏକଙ୍କୁ ବୈଦେହିକ ରୀତିନୀତିରେ ବିବାହ କରିଥିଲେ ମୃତ ମହିଳା l ଏହାକୁ ନେଇ
ମୃତ ମହିଳାଙ୍କ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା (ନଂ.୭୦/୨୫) ରୁଜୁ କରି ତଦନ୍ତ କରିଥିଲା। ଏହାକୁ ନେଇ ତାଙ୍କ ସ୍ବାମୀ ରଞ୍ଜନ ନାଏକ ଏବଂ ଶ୍ୱଶୁର ଲଳିତ ନାଏକଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା ଏବଂ ଥାନାରେ ଅଟକ ରଖି ପଚରା ଉଚରା କରୁଥିଲା l ପରେ ବାପା ପୁଅଙ୍କୁ ୟୁ/ ଏସ. ୮୦/୧୦୩(୧) ୮୫/୨୩୮/୩(୫) ଆଦି ବିଏନଏସ ଧାରାରେ ଭବାନୀପାଟଣା କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି।