ପୋଖରୀରୁ ମିଳିଲା ଯୁବକଙ୍କ ସନ୍ଦେହଜନକ ମୃତଦେହ: ରାଇପଲ୍ଲୀରେ ନିମାଇଁଙ୍କୁ ମରଣାନ୍ତକ ଆକ୍ରମଣ

ଭଞ୍ଜନଗର,୧୫।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲୀପଲ୍ଲୀ ପୋଖରୀରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ରଞ୍ଜନ ପାତ୍ର। ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ପୋଖରୀରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଯୁବକ ଜଣଙ୍କ କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କଲେ ସେନେଇ ସଠିକ କିଛି ଜଣାପଡ଼ିନାହିଁ। ଅପରପକ୍ଷେ ଆଜି ସକାଳେ ତାରସିଂ ଥାନା ଅନ୍ତର୍ଗତ ରାଇ ପଲ୍ଲୀ ଗ୍ରାମର ନିମାଇଁ ଚରଣ ମହାନ୍ତିଙ୍କୁ ଆକ୍ରମଣ ହୋଇଛି। ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଭଞ୍ଜନଗର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହା ଏକ ପାରିବାରିକ ଗଣ୍ଡଗୋଳ ବୋଲି ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily