ବାଜିଲା ମୋହର: ଏହି ମହିଳା ହେବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ଆଜି ରାତିରେ…

କାଠମାଣ୍ଡୁ,୧୨।୯: ନେପାଳରେ ଜେନ-ଜି (Gen-Z) ଯୁବଗୋଷ୍ଠୀଙ୍କ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ରାଜନୈତିକ ଅସ୍ଥିରତାରେ ଏକ ନୂତନ ମୋଡ଼ ଆସିଛି। ସୁଶୀଳା କାର୍କୀଙ୍କୁ ଅନ୍ତରିମ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବା ଉପରେ ମୋହର ଲାଗିଛି। ସୂତ୍ରମାନଙ୍କ ଅନୁଯାୟୀ, କାର୍କୀ ଆଜି ହିଁ ଅନ୍ତରିଣ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ଦିଆଯିବ ଏବଂ ଶପଥ ପରେ ସେ ରାଷ୍ଟ୍ରପତି ଭବନରୁ ବାହାରୁ ଆସିବେ।
ନେପାଳର ରାଜନୈତିକ ଦଳମାନଙ୍କ ମଧ୍ୟରେ ସସଂଦ ଭାଙ୍ଗିବାକୁ ନେଇ ସହମତି ହୋଇଛି। ଏହା ଅର୍ଥ ହେଉଛି ଯେ ଯେତେବଳେ ପରିସ୍ଥିତି ସାଧାରଣ ହେବ, ସେତେବଳେ ନିର୍ବାଚନ ମଧ୍ୟ କରାଯିବ। ଏହା ଜେନ-Z ପ୍ରଦର୍ଶନକାରୀମାନଙ୍କର ଦାବି ଅନୁଯାୟୀ ହୋଇଛି, ଯେଉଁଠାରେ ୬ ମାସ ଭିତରେ ନିର୍ବାଚନ ହେବାର ଘୋଷଣା କରାଯାଇଛି।
ନିକଟରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଜେନ-Z(୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଯୁବକମାନେ)ଙ୍କ ବିରୋଧ ପ୍ରଦର୍ଶନ କାରଣରୁ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଯୁବକମାନେ ସଂସଦ ଉପରେ ଆକ୍ରମଣ କରିଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ। ଏହି ପ୍ରଦର୍ଶନ ପରେ ଓଲି ସରକାର ପଛକୁ ହଟିଥିଲା। ସୋସିଆଲ ମିଡିଆ ଉପରେ ଲଗାଇଥିବା ବ୍ୟାନ ହଟାଇଥିଲା।
ନେପାଳର ପ୍ରତିନିଧି ସଭାର ଅଧ୍ୟକ୍ଷ ଦେବରାଜ ଘିମିରେ ଏବଂ ଉପର ସଦନ ରାଷ୍ଟ୍ରୀୟ ସଭାର ଅଧ୍ୟକ୍ଷ ନାରାୟଣ ଦାହାଲ ଶୁକ୍ରବାର ଆହ୍ବାନ କରିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ଗତିରୋଧକୁ ସମ୍ବିଧାନର ଆଖପାଖରେ ରହି ସମାଧାନ କରାଯିବା ଉଚିତ। ଏହାକୁ ନେଇ ରାଷ୍ଟ୍ରପତି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ସୁଶୀଳା କାର୍କୀଙ୍କୁ ଦେଶର ଅନ୍ତରିଣ ପ୍ରଧାନମନ୍ତ୍ରୀ କରିବା ଉପରେ ସହମତି ହୋଇଛି। ଏହି ଘଟଣାକୁ ନେପାଳର ରାଜନୈତିକ ଇତିହାସରେ ଏକ ମୁଖ୍ୟ ମୋଡ଼ ଭାବେ ଦେଖାଯାଉଛି, ଯେଉଁଠାରେ ଯୁବଶକ୍ତି ଭ୍ରଷ୍ଟାଚାର ବିରୋଧରେ ପରିବର୍ତ୍ତନ ଆଣିଛି। ଅନ୍ତରିଣ ସରକାର ଗଠନ ପରେ ଦେଶରେ ସ୍ଥିରତା ଫେରାଇବା ଓ ନିର୍ବାଚନ ପାଇଁ ପ୍ରସ୍ତୁତି ନେବାର ଆଶା କରାଯାଉଛି।

Share