Categories: Home Middleଖେଳ

ଲୁଚି ଲୁଚି ଦୁଇଥର ହ୍ୟାଣ୍ଡସେକ କରିଛନ୍ତି ସୂର୍ଯ୍ୟକୁମାର, ବଡ ଦାବି କଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୨୯।୯: ଏସିଆ କପ୍‌ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ହରାଇ ଟି-୨୦ ଟାଇଟଲ ଜିତିଛି। କିନ୍ତୁ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଭାରତର ‘ହ୍ୟାଣ୍ଡସେକ୍‌ ନହେବା’ ନୀତିକୁ କ୍ରିକେଟ ଓ ଖେଳାଳି ମନୋଭାବ ପାଇଁ ‘ଅସମ୍ମାନଜନକ’ ବୋଲି କହିଛନ୍ତି। ସେ କହିଛନ୍ତି, ଏହା କ୍ରିକେଟକୁ ଅସମ୍ମାନ କରୁଛି ଓ ଯୁବ ପ୍ରଶଂସକଙ୍କ ପାଇଁ ଖରାପ ଉଦାହରଣ।

ଏଥିସହ ସଲମାନ ଦାବି କରିଛନ୍ତି ଯେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟୁର୍ନାମେଣ୍ଟ ଆରମ୍ଭରେ ବ୍ୟକ୍ତିଗତ ଭାବେ ତାଙ୍କ ସହ ଦୁଇଥର ହାତ ମିଳାଇଥିଲେ, କିନ୍ତୁ କ୍ୟାମେରା ସାମ୍ନାରେ ଏହା କରିନଥିଲେ। ସେ କହିଛନ୍ତି, “ସୂର୍ଯ୍ୟକୁମାର ନିଶ୍ଚିତ ନିର୍ଦ୍ଦେଶ ପାଳନ କରୁଛନ୍ତି, ନଚେତ୍‌ ସେ ହାତ ମିଳାଇଥାନ୍ତେ।”

ସେ ଏସିଆନ୍‌ କ୍ରିକେଟ କାଉନସିଲ ଅଧ୍ୟକ୍ଷ ମୋହସିନ ନକଭିଙ୍କ ଟ୍ରଫି ନଦେବା ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି, ଭାରତ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟଙ୍କଠାରୁ ଟ୍ରଫି ନେବାକୁ ଚାହିଁନଥିଲେ। ଏହା କ୍ରିକେଟ ପାଇଁ ଖରାପ ଓ ଭବିଷ୍ୟତରେ ଏହା ବନ୍ଦ ହେବା ଉଚିତ ବୋଲି ସେ କହିଛନ୍ତି।

ସଲମାନ ଘୋଷଣା କରିଛନ୍ତି ଯେ ପାକିସ୍ତାନ ଦଳର ମ୍ୟାଚ ଫି’ ‘ଅପରେସନ ସିନ୍ଦୁର’ରେ ମୃତ ପର୍ଯ୍ୟଟକଙ୍କ ପରିବାରକୁ ଦାନ କରାଯିବ। ଏହି ଟୁର୍ନାମେଣ୍ଟ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କ ହତ୍ୟା ପରେ ହୋଇଥିବା ଭାରତର ‘ଅପରେସନ ସିନ୍ଦୁର’ ପୃଷ୍ଠଭୂମିରେ ଖେଳାଯାଇଥିଲା।