USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର ବିଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସୂର୍ଯ୍ୟ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାରେ ସଫଳ ହୋଇଥିଲେ । ବିଜୟ ପରେ ସୂର୍ଯ୍ୟକୁମାର ଯାଦବ ୱାଶିଂଟନ୍ ସୁନ୍ଦରଙ୍କ ବିଷୟରେ ଏକ ବଡ଼ ସୂଚନା ଦେଇଥିଲେ।

ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଶ୍ଚିତ କରିଛନ୍ତି ଯେ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ଦିଲ୍ଲୀରେ ଭାରତୀୟ ଦଳରେ ଯୋଗଦେବେ । ଭାରତ ଫେବୃଆରୀ ୧୨ ରେ ନାମିବିଆ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ବିପକ୍ଷରେ ଭାରତର ୨୯ରନର ବିଜୟ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ୱାଶିଂଟନ୍ ସୁନ୍ଦର ଦିଲ୍ଲୀରେ ଆମ ସହିତ ଯୋଗ ଦେଉଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ସବୁକିଛି ଠିକ୍ ଅଛି।

ଗତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୱାଶିଂଟନ ସୁନ୍ଦରଙ୍କ ସାଇଡ ଷ୍ଟ୍ରେନ୍ ହୋଇଥିଲା ଏବଂ ସେବେଠାରୁ ସେ ଖେଳରୁ ଦୂରରେ ଥିଲେ । ଦିନିକିଆ ସିରିଜ ପାଇଁ ତାଙ୍କ ବଦଳ ଖେଳାଳି ଭାବରେ ଆୟୁଷ ବାଡୋନିଙ୍କୁ ସାମିଲ କରାଯାଇଥିଲା, କିନ୍ତୁ ଆଘାତ ଗୁରୁତର ନଥିବାରୁ ଭାରତ ତାଙ୍କୁ ଟି-୨୦ ବିଶ୍ୱକପ୍ ଦଳରୁ ବାଦ ଦିଆଯାଇ ନଥିଲା । ଭାରତର ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରା ମଧ୍ୟ ଆମେରିକା ବିପକ୍ଷରେ ମ୍ୟାଚ୍ ଖେଳିପାରି ନଥିଲେ। ସୂର୍ଯ୍ୟକୁମାର ଯାଦବ ବ୍ୟାଖ୍ୟା କରିଥିଲେ ଯେ ବୁମରାହ ପାଗ ଖରାପ ଯୋଗୁଁ ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା ।

 

Dharitri – Odisha’s No.1 Odia Daily

Share