Categories: Home Leftଖେଳ

ହଠାତ୍‌ ହସ୍ପିଟାଲରେ ପହଞ୍ଚିଲେ ସୂର୍ଯ୍ୟକୁମାର-ଶ୍ରେୟସ, ସେଠାରେ ଯାହା କଲେ ଦେଖିଲେ ହୃଦୟକୁ ଛୁଇଁଯିବ

ମୁମ୍ବାଇ,୩୧।୮: ଭାରତୀୟ କ୍ରିକେଟ ଦଳର ଟି -୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳରେ ସ୍ଥାନ ପାଇବା ପାଇଁ ଆଜିକାଲି କଠିନ ପରିଶ୍ରମ କରୁଛନ୍ତି। ସେ ମୁମ୍ବାଇପକ୍ଷରୁ ବୁଚି ବାବୁ ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି। ଏହି ସମୟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି ଯାହା ଦେଖିବା ପରେ ଆପଣଙ୍କ ହୃଦୟକୁ ଛୁଇଁଯିବ। ମୁମ୍ବାଇ ଦଳର ଖେଳାଳିଙ୍କ ସହ ସୂର୍ଯ୍ୟକୁମାର ଯାଦବ ଏବଂ ଶ୍ରେୟସ ଆୟର କୋଏମ୍ବାଟୁରର ଶ୍ରୀ ରାମକୃଷ୍ଣ ଡାକ୍ତରଖାନାରେ ପହଞ୍ଚିଥିଲେ। ଏଠାରେ ସେ କର୍କଟ ରୋଗରେ ପୀଡିତ ପିଲାମାନଙ୍କୁ ଭେଟିଛନ୍ତି।

ବୁଚି ବାବୁ ଟୁର୍ନାମେଣ୍ଟରେ ଖେଳୁଥିବା ଏହି ଧୁରନ୍ଦର ତାଙ୍କ ମୁମ୍ବାଇ ସାଥୀମାନଙ୍କ ସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପିଲାମାନଙ୍କୁ ଭେଟିଥିଲେ। ପିଲାମାନେ ତାରକାଙ୍କୁ ଫୁଲ ଦେଇ ସ୍ବାଗତ କରିଥିଲେ। ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟରଙ୍କ ସମେତ ସମସ୍ତ ଖେଳାଳି ପିଲାମାନଙ୍କୁ ସେମାନଙ୍କ ଅବସ୍ଥା ବିଷୟରେ ପଚାର ବୁଝିଛନ୍ତି। ମିନି କ୍ରିକେଟ ବ୍ୟାଟ ଉପରେ ସୂର୍ଯ୍ୟ ଏବଂ ଶ୍ରେୟସ ଅଟୋଗ୍ରାଫ ଦେଇଛନ୍ତି।