ନୂଆଦିଲ୍ଲୀ,୬।୩:୨୦୨୫ ଚାମ୍ପିଅନ୍ସ ଟ୍ରଫି ସମୟରେ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ସମାଲୋଚନା ହୋଇଥିଲା। ଅଧିନାୟକ ରୋହିତଙ୍କ ଫିଟନେସକୁ ନେଇ ବିତର୍କ ଚାଲିଛି, କିନ୍ତୁ ସୂର୍ଯ୍ୟକୁମାର ଯାଦବ ତାଙ୍କ ସମର୍ଥନରେ ବାହାରି ଆସିଛନ୍ତି। ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଭାରତର ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରୋହିତଙ୍କ ଅଧିନାୟକତ୍ୱ ଉପରେ ଆତ୍ମବିଶ୍ୱାସ ଦେଖାଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶମା ମହମ୍ମଦ ପ୍ରଥମେ ଭାରତୀୟ ଅଧିନାୟକଙ୍କ ଫିଟନେସ ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିପାଇଁ ତାଙ୍କୁ ପ୍ରବଳ ଟ୍ରୋଲ କରାଯାଇଥିଲା।
ସୂର୍ଯ୍ୟକୁମାର କହିଛନ୍ତି, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଗତ ୪ ବର୍ଷ ମଧ୍ୟରେ ଚାରୋଟି ICC ଫାଇନାଲ ଖେଳିଛି। ଯଦି ଜଣେ ଖେଳାଳି ୧୫-୨୦ ବର୍ଷ ଧରି କ୍ରିକେଟ ଖେଳୁଛନ୍ତି, ତେବେ ତାଙ୍କ ଦଳକୁ ଚାରି ବର୍ଷ ମଧ୍ୟରେ ୪ଟି ICC ଫାଇନାଲ ଖେଳିବା ଏକ ବଡ଼ କଥା। ମୁଁ ତାଙ୍କୁ ନିକଟରୁ ଦେଖିଛି, ସେ ବହୁତ କଠିନ ପରିଶ୍ରମ କରନ୍ତି। ମୁଁ ଯେତେଦୂର ଜାଣିଛି, ସେ ଏବେ ବି ତାଙ୍କ ଖେଳର ଶୀର୍ଷରେ ଅଛନ୍ତି ଏବଂ ମୁଁ ତାଙ୍କୁ ଫାଇନାଲ ମ୍ୟାଚ ପାଇଁ ଶୁଭକାମନା ଜଣାଉଛି।
ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ। ମାର୍ଚ୍ଚ ୯ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ମୁଁ ପୂର୍ବରୁ କହିସାରିଛି ଯେ ଭାରତୀୟ ଦଳ ବହୁତ ଭଲ କ୍ରିକେଟ ଖେଳୁଛି। ଯଦି ଆମେ ଏପରି ପ୍ରଦର୍ଶନ ଦୋହରାଇପାରିବା ତେବେ ଆମ ପାଇଁ ଜିତିବା ବହୁତ କଷ୍ଟକର ହେବ ନାହିଁ।