ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ କରିଥିବା ଭାରତୀୟ ଦଳ ଜିତି ସିରିଜକୁ ୧-୧ରେ ଡ୍ର କରିଥିଲା। ଭାରତର ଏହି ବିଜୟରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ବହୁତ ଖୁସରେ ଗଦଗଦ ହୋଇପଡିଥିଲେ। ତୃତୀୟ ମ୍ୟାଚରେ ଭାରତର ବିଜୟରେ ସୂର୍ଯ୍ୟଙ୍କ ଶତକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏଥିପାଇଁ ସେ ‘ପ୍ଲେୟାର ଅଫ ଦି ମ୍ୟାଚ’ ତଥା ‘ପ୍ଲେୟାର ଅଫ ଦି ସିରିଜ’ ହୋଇଥିଲେ।
ମ୍ୟାଚ ପରେ ଭାରତୀୟ ଅଧିନାୟକ କହିଛନ୍ତି, ଯେତେବେଳେ ଏପରି ବିଜୟରେ ଆସେ, ଏହା ମୋତେ ଖୁସି କରେ। ଆମେ କିଛି ନିର୍ଭିକ କ୍ରିକେଟ ଖେଳିବା ଶିଖିଛୁ। ପିଲାମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଏହି ବିଜୟ ଦେଖି ମୁଁ ବହୁତ ଖୁସି।
ଟସ ହାରି ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ବୋର୍ଡରେ ୭ ଉଇକେଟ ପାଇଁ ୨୦୧ ରନ ସ୍କୋର କରିଥିଲା। ଦଳ ପାଇଁ ଅଧିନାୟକ ସୂର୍ଯ୍ୟ ୫୬ ବଲରେ ୧୦୦ ରନ ସଂଗ୍ରହ କରି ୧୭୮.୫୭ ଷ୍ଟ୍ରାଇକ ହାରରେ ଖେଳିଥିଲେ, ଯେଉଁଥିରେ ୭ ଚୌକା ଓ ୮ ଛକା ଅନ୍ତର୍ଭୁକ୍ତ ଥିଲା। ଏହା ସୂର୍ଯ୍ୟଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ଚତୁର୍ଥ ଶତକ ଥିଲା।