Categories: Home Leftଖେଳ

ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟକୁମାର, ଗମ୍ଭୀର

ମୁମ୍ବାଇ,୧୪ା୩: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି୨୦ ବିଶ୍ୱକପ୍‌ ଟ୍ରଫି ସହ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଛନ୍ତି। ଗତ ରବିବାର ଟିମ ଇଣ୍ଡିଆ ନରେନ୍ଦ୍ର ମୋଦି ଷ୍ଟାଡିୟରେ ଖେଳାଯାଇଥିବା ଫାଇନାଲରେ ୯୬ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଟି୨୦ ବିଶ୍ୱକପ୍‌ ହାସଲ କରିଥିଲା।

ଭାରତୀୟ ଖେଳାଳିଙ୍କ ମନ୍ଦିର ପରିଦର୍ଶନ ସମ୍ପର୍କରେ ମନ୍ଦିର ଟ୍ରଷ୍ଟର ଟ୍ରେଜରର ଆଚାର୍ଯ୍ୟ ପଓ୍ବନ ତ୍ରିପାଠି କହିଛନ୍ତି, ଟି୨୦ ବିଶ୍ୱକପ୍‌ ଜିତିବା ପରେ ଭାରତୀୟ ଦଳର କୋଚ୍‌ ଗମ୍ଭୀର, ଅଧିନାୟକ ସୂର୍ଯ୍ୟ ଓ ଆଇସିସି ଚେୟାରମ୍ୟାନ ଜୟ ଶାହା ପ୍ରାର୍ଥନା କରିବା ପାଇଁ ଏଠାକୁ ଆସିଥିଲେ। ଏପରିକି ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ମଧ୍ୟ ପୂରା ଭାରତୀୟ ଦଳ ବପାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲା।

Share