Categories: Home Leftଖେଳ

ରାଇନାଙ୍କ ଦ୍ୱିଶତକ

ନୂଆଦିଲ୍ଲୀ,୧।୫ : ଚିନ୍ନା ଥାଲା ଭାବେ ଜଣାଶୁଣା ସୁରେଶ ରାଇନା ଆଇପିଏଲରେ ଖେଳିଛନ୍ତି ୨୦୦ତମ ମ୍ୟାଚ୍‌। ଶନିବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ। ୨୦୦ ମ୍ୟାଚ୍‌ ଖେଳିବାରେ ରାଇନା ଆଇପିଏଲ ଇତିହାସର ଚତୁର୍ଥ ଖେଳାଳି। ତାଙ୍କ ବ୍ୟତୀତ ମହେନ୍ଦ୍ର ସିଂ ଧୋନୀ (ସିଏସ୍‌କେ), ରୋହିତ ଶର୍ମା (ଏମ୍‌ଆଇ) ଓ ଦୀନେଶ କାର୍ତ୍ତିକ (କେକେଆର୍‌) ଏହି ତାଲିକାରେ ଅଛନ୍ତି। ତେବେ ଦ୍ୱିଶତକ ଆଇପିଏଲ ମ୍ୟାଚ୍‌ରେ ପୂରା ଫେଲ ମାରିଥିଲେ ରାଇନା। ବ୍ୟାଟ୍ସମ୍ୟାନ ସ୍ବର୍ଗ ଭଳି ମନେ ହେଉଥିବା ପିଚ୍‌ରେ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଥିଲେ।