ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୧: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ସେଥିରେ ମନମାନି ଏବଂ ପ୍ରକ୍ରିୟାଗତ ଅନିୟମିତତା ହେଉଥିବା ନେଇ ତୃଣମୂଳ କଂଗ୍ରେସର କେତେଜଣ ଏମ୍‌ପି ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲ ସୋମବାର ଏହା ଉପରେ ନିର୍ବାଚନ କମିଶନ(ଇସି)ଙ୍କୁ ଜବାବ ମାଗିଛନ୍ତି। ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏବଂ ଦୋଳ ସେନ୍‌ ପୂର୍ବରୁ ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ପିଟିଶନ ଦାଖଲ କରିଥିବାବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ସେମାନଙ୍କ ଆବେଦନକୁ ବିଚାରକୁ ନେଇଛନ୍ତି। ବ୍ରାଏନ୍‌ଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କହିଥିଲେ, ଏସ୍‌ଆଇଆର୍‌ ଉପରେ ଇସିଙ୍କୁ ନୀତି ନିର୍ଦ୍ଦେଶ ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଜରିଆରେ ଜାରି କରାଯାଉଛି ଏବଂ ବୁଥସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନଙ୍କୁ ବିମାନ ଆନୁଷ୍ଠାନିକ ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ କୁହାଯାଉଛି। ନିର୍ବାଚନ କମିଶନ ଭୋଟରମାନଙ୍କ ଏକ ଏକ ତାର୍କିକ ବିସଙ୍ଗତି ଆଣିଛନ୍ତି। ଭୋଟର ତଥ୍ୟରେ ଅସଙ୍ଗତି ଓ ତ୍ରୁଟି ଥିବା ଦର୍ଶାଇ ଯୋଗ୍ୟ ଭୋଟରମାନଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ନୋଟିସ କରାଯାଉଛି। ୨ ଟିଏମ୍‌ସି ଏମ୍‌ପିଙ୍କ ଆବେଦନ ଉପରେ ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ କହିଛନ୍ତି।

 

Dharitri – The Largest & Most Trusted Odia Daily