ରୋଜଗାର କରି ଚଳ…ଭରଣପୋଷଣ ଦାବି କରୁଥିବା ଶିକ୍ଷିତା ମହିଳାଙ୍କୁ ସୁପ୍ରିକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ, ୨୩ା୭:ସୁପ୍ରିମକୋର୍ଟ ସୋମବାର ଏକ ମାମଲାର ଶୁଣାଣି କରି କହିଛନ୍ତି, ଯୋଗ୍ୟ ମହିଳାମାନେ ସେମାନଙ୍କ ଜୀବିକା ନିର୍ବାହ ପାଇଁ ରୋଜଗାର କରିବା ଉଚିତ। ଛାଡ଼ପତ୍ର ପରେ ଉଚ୍ଚ ଶିକ୍ଷିତା ମହିଳାମାନେ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିବା ଉଚିତ ନୁହେଁ। ପ୍ରଧାନ ବିଚାରପତି ବି.ଆର୍‌. ଗବଇ ଭରଣପୋଷଣ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ଜଣେ ମହିଳାଙ୍କୁ ଭର୍ତ୍ସନା କରି କହିଛନ୍ତି, ଆପଣ ଏତେ ଉଚ୍ଚଶିକ୍ଷିତା। ଏମ୍‌ବିଏ କରିଛନ୍ତି। ଭରଣପୋଷଣ ଦାବି କରିବା ଅପେକ୍ଷା ନିଜେ ରୋଜଗାର କାହିଁକି କରୁନାହାନ୍ତି। ହାଇଦ୍ରାବାଦ, ବେଙ୍ଗାଲୁରୁ ପରି ସହରରେ ଥିବା ଆଇଟି କ୍ଷେତ୍ରରେ ଆପଣଙ୍କ ପରି ଉଚ୍ଚଶିକ୍ଷିତା ମହିଳାଙ୍କ ଚାହିଦା ଅଧିକ। ଆପଣଙ୍କର ବିବାହ ମାତ୍ର ୧୮ ମାସ ତିଷ୍ଠିଛି। ଏହାସତ୍ତ୍ୱେ ବି ଆପଣଙ୍କୁ ବିଏମ୍‌ଡବ୍ଲ୍ୟୁ କାର୍‌ ଦରକାର ବୋଲି କହି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗବଇ ମହିଳାଙ୍କ ଉପରେ ଅସନ୍ତୋଷ ପ୍ରକାଶ କହିଛନ୍ତି। ଉକ୍ତ ମାମଲାରେ ମହିଳା ଜଣଙ୍କ ୧୮ ମାସ ମଧ୍ୟରେ ନିଜ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ସେ ନିଜର ଭରଣପୋଷଣ ପାଇଁ ସ୍ବାମୀଙ୍କଠାରୁ ୧୨ କୋଟି ଟଙ୍କା, ମୁମ୍ବାଇରେ ଏକ ଫ୍ଲାଟ୍‌ ଏବଂ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ଦାବି କରିଥିଲେ।