କରୋନାରେ ମୁକ୍ତ ହୋଇଥିବା ଅପରାଧୀଙ୍କୁ ଆତ୍ମସମର୍ପଣ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୩ କୋଭିଡ୍‌-୧୯ ମହାମାରୀ ବେଳେ ଜେଲରୁ ଗହଳି କମାଇବା ପାଇଁ ବହୁସଂଖ୍ୟାରେ ଅପରାଧୀ ଓ ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିଦିଆଯାଇଥିଲା। ସେମାନଙ୍କୁ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବିଚାରାଧୀନ କଏଦୀମାନେ ଜରୁରୀ ଜାମିନରେ ମୁକ୍ତ ହୋଇଥିଲେ, ସେମାନେ ଆତ୍ମସମର୍ପଣ ପରେ ନିୟମିତ ଜାମିନ ପାଇଁ ଉପଯୁକ୍ତ ଅଦାଲତଙ୍କ ନିକଟରେ ଆବେଦନ କରିପାରିବେ ବୋଲି ଜଷ୍ଟିସ ଏମ୍‌.ଆର୍‌. ଶାହା ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ପ୍ରକାଶ କରିଛନ୍ତି।