ଗାଡ଼ିରେ ୩ ଲକ୍ଷ ଟଙ୍କା ରଖିଥିଲେ ଯୋଗାଣ ଅଧିକାରୀ: ବାନ୍ଧିଲା ଭିଜିଲାନ୍ସ

ଛତ୍ରପୁର,୧୦।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଭିଜିଲାନ୍ସ ଦ୍ୱାରା ଗୁରୁବାର ଗିରଫ କରିଛନ୍ତି l ବୁଧବାର ଗଞ୍ଜାମ ଜ଼ିଲା ଛତ୍ରପୁର ନିକଟ ଆର୍ଶୀବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡା ଘରୁ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡିରୁ ୩ ଲକ୍ଷ ଟଙ୍କା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଜବତ କରିଥିଲେ l ତାଙ୍କ ଗାଡ଼ି ଜବତ ଟଙ୍କା ବାବଦରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନା ୧୧/୨୫ କେଶ ନମ୍ବରରେ ୨୦୧୮ ଦୁର୍ନୀତି ନିବାରଣ (ସଂଶୋଧିତ ) ଆକ୍ଟର ଅଣ୍ଡର ସେକ୍ସନ ୧୩(୨) ଆର/ଡବ୍ଲୁ ୧୩(୧)(ବି)ରେ ତାଙ୍କ ନାଁ ରେ ମାମଲା ରୁଜୁ କରିଛି। ପରେ ତାଙ୍କୁ ଭିଜିଲାନ୍ସ ଥାନା ପକ୍ଷରୁ ବ୍ରହ୍ମପୁର ଭିଜିଲାସନ୍ସ ସ୍ପେସିଆଲ ଜଜ କୋର୍ଟରେ ହାଜର କରାଯାଇଥିଲା। ଛତ୍ରପୁରରେ ଥିବା ଭଡା ଘର, ଭବାନୀପାଟଣାରେ ଥିବା ଆବାସିକ ଘର ଓ ଛତ୍ରପୁରସ୍ଥିତ ଅଫିସ ଚ୍ୟାମ୍ବରରେ ଯାଞ୍ଚ କରିଥିଲା।