ନୂଆପଡ଼ା ଜିଲାକୁ ୟୁରିଆ ସାର ଯୋଗାଣ

ନୂଆପଡ଼ା,୨୫ା୮ (ମକାରୁ ବେମାଲ): ନୂଆପଡ଼ା ଜିଲାକୁ ସୋମବାର ୨୬ ହଜାର ୯୦୦ ବ୍ୟାଗ ୟୁରିଆ ସାର ଯୋଗାଣ ହୋଇଛି। ଜିଲାର ୨୬ ସମବାୟ ସମିତି ମଧ୍ୟରୁ ନୂଆପଡ଼ା ସମବାୟ ସମିତିକୁ ୭୪୫ ବସ୍ତା, ପରକୋଟ ୩୧୪, ବେଲଟୁକରି ୭୨୪ ବସ୍ତା, ସରାବଙ୍ଗ ୭୦୦, ତରବୋଡ ୭୦୦, ଦର୍ଲିମୁଣ୍ଡା ୭୧୦ ବସ୍ତା, କୁଳିଆବନ୍ଧା ୭୦୦, ଲଖନା ୭୧୦ ବସ୍ତା, ଖଡିଆଳ ବରଗାଁ ୩୧୦, ଖଇରା ୩୫୫, କରଙ୍ଗାମାଲ ୩୮୩, କାଣ୍ଡେତରା ୬୪୨, ନିଲଜି ୭୦୦, ପେଣ୍ଡରାବନ୍ଧ ୩୬୪, ଖଡିଆଳ ସମବାୟ ସମିତିକୁ ୭୧୦ ବସ୍ତା ୟୁରିଆ ସାର ଯୋଗାଣ ସହ ଡିଲରମାନଙ୍କୁ ବିକ୍ରୟ ପାଇଁ ଦିଆଯାଇଛି। ଏଥିନେଇ ଭାଜପା ଯୁବ ମୋର୍ଚ୍ଚା ଜିଲା ସଭାପତି ଅଭିନନ୍ଦନ ପଣ୍ଡା ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ ଓ ଜିଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।