ଅଗଷ୍ଟ ୨୮ରେ ଭାଙ୍ଗିବ ସୁପରଟେକ୍‌ ଟୁଇନ୍‌ ଟାୱାର୍ସ

ନୂଆଦିଲ୍ଲୀ,୧୨।୮: ନୋଏଡାରେ ସେକ୍ଟର-୩ରେ ଥିବା ସୁପରଟେକ୍‌ ଟୁଇନ୍‌ ଟାୱାର୍ସ ଭାଙ୍ଗିବାକୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଟୁଇନ୍‌ ଟାୱାର ଆସନ୍ତା ଅଗଷ୍ଟ ୨୧ ବଦଳରେ ଅଗଷ୍ଟ ୨୮ରେ କରାଯିବ ବୋଲି କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ନଅ ସେକେଣ୍ଡ ମଧ୍ୟରେ ସୁପରଟେକ ଟୁଇନ୍‌ ଟାୱାର୍ସ ଭାଙ୍ଗି ଚୁର୍‌ମାର ହୋଇଯିବ। ଏହାକୁ ଭାଙ୍ଗିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି।
ସୂଚନାଯୋଗ୍ୟ, ନୋଏଡାର ସୁପରଟେକ ଟୁଇନ୍‌ ଟାୱାର୍ସର ପ୍ରାୟ ୪୦ ମହଲା ବିଶିଷ୍ଟ। ଏହା ବେଆଇନ ଘୋଷିତ ହୋଇଛି। ଏହାକୁ ଭାଙ୍ଗିବା ପାଇଁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅତିରିକ୍ତ ସମୟ ଦେବାକୁ ନୋଏଡା କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। କୋର୍ଟ କହିଛନ୍ତି, ଅଗଷ୍ଟ ୨୮ ସୁଦ୍ଧା ଟୁଇନ୍‌ ଟାୱାର୍ସକୁ ଭାଙ୍ଗିବାକୁ ପଡିବ।