୬୫ ବର୍ଷ ବୟସରେ ସୁପରଫିଟ୍‌ ଜେଜେ ମା’: ସୋସିଆଲ ମିଡିଆରେ ପଡ଼ିଲା ଚହଳ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ନିଜକୁ ଫିଟ୍‌ ରଖିବା କଷ୍ଟକର ବ୍ୟପାର। କିନ୍ତୁ ଅଷ୍ଟ୍ରେଲିଆର ଜଣେ ଜେଜେ ମା’ ୬୫ ବର୍ଷ ବୟସରେ ମଧ୍ୟ ନିଜକୁ ସୁପରଫିଟ୍‌ ରଖିଛନ୍ତି। ତାଙ୍କ ଆକର୍ଷଣୀୟ ଚେହେରା ସହ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି। ଏହି ବୟସ୍କା ମହିଳାଙ୍କ ଟୋଣ୍ଡ ଶରୀର ଏବଂ ବଜାୟ ଥିବା ଫିଗରକୁ ଦେଖି କେହି ଅନୁମାନ କରିବେ ନାହିଁ ଯେ, ତାଙ୍କର ୨୦ ବର୍ଷ ବୟସ୍କା ନାତୁଣୀ ଅଛନ୍ତି। ମେଲବୋର୍ଣ୍ଣର ଲେସଲି ମ୍ୟାକ୍ସୱେଲଙ୍କ ଅବିଶ୍ୱସନୀୟ ଫିଟନେସ୍‌ ସମସ୍ତଙ୍କ ପାଇ ପ୍ରେରଣାର ଉତ୍ସ। ଏହି ସୁପରଫିଟ ଜେଜେ ମା’ ତାଙ୍କ ନାତୁଣୀ, ଟିୟା କ୍ରିଷ୍ଟୋଫିଙ୍କ ସହିତ ବ୍ୟାୟାମ କରିବାକୁ ଭଲ ପାଆନ୍ତି, ଏବଂ ତାଙ୍କର ଯୁବା ଲୁକ ପ୍ରାୟତଃ ଯୁବକମାନଙ୍କୁ ବିସ୍ମିତ କରିଦିଏ
ସେ ସମ୍ପ୍ରତି ତାଙ୍କର ଅବିଶ୍ୱସନୀୟ ପରିବର୍ତ୍ତନର ରହସ୍ୟ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ଲେସଲି ପ୍ରକାଶ କରିଛନ୍ତି, ସେ ଏକ ହାଇ-ପ୍ରୋଟିନ, ହାଇ ଡାଏଟ ଅନୁସରଣ କରୁଛନ୍ତି ଏବଂ ଏହା ପ୍ରକୃତରେ କାମ କରୁଛି।

ପେଶାରେ ଜଣେ ଫିଟନେସ ପ୍ରଶିକ୍ଷକ ଲେସଲି, ଦୀର୍ଘ ସମୟ ଧରି ଭୋକରେ ରହିବା ପରିବର୍ତ୍ତେ ନିୟମିତ ଭାବରେ ଖାଇବାକୁ ପରାମର୍ଶ ଦିଅନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହା ମହିଳାମାନଙ୍କୁ ଶକ୍ତିଶାଳୀ, ପତଳା ଏବଂ ଶକ୍ତିଶାଳୀ ରହିବାରେ ସାହାଯ୍ୟ କରେ। ସେ ଚାହାଁନ୍ତି ଯେ ଲୋକମାନେ ପ୍ରେରଣା ପାଆନ୍ତୁ ।

 

Dharitri – Odisha’s No.1 Odia Daily