ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ୫୩ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ୟୁକେରେ ପୋଲୋ ଖେଳୁଥିବା ସମୟରେ, ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଥିଲା। ତିନି ଦିନ ପୂର୍ବର ତାଙ୍କର ଏକ ପୂର୍ବତନ ପୋଷ୍ଟ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ମନେ ହେଉଛି ଯେ ସଞ୍ଜୟ କପୁର ତାଙ୍କ ମୃତ୍ୟୁର ଅଭାସ୍ ଯେମିତି ପାଇଯାଇଥିଲେ।
କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ତାଙ୍କ ମୃତ୍ୟୁର ତିନି ଦିନ ପୂର୍ବରୁ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଏକ ମୋଟିଭେସନ ପୋଷ୍ଟ କରିଥିଲେ -ପୃଥିବୀରେ ଆମର ସମୟ କମ…. ‘କ’ଣ ଯଦି’ ଏହା ଦାର୍ଶନିକମାନଙ୍କ ଉପରେ ଛାଡିଦିଅ ଏବଂ ପ୍ରଥମେ ‘କାହିଁକି ନୁହେଁ’ ରେ ମନୋନିବେଶ କର । ପ୍ରଗତି ପାଇଁ ସାହସିକ ବିକଳ୍ପ ଆବଶ୍ୟକ, ସମ୍ପୂର୍ଣ୍ଣ ପରିସ୍ଥିତି ନୁହେଁ।
ତାଙ୍କ ମୃତ୍ୟୁ ଖବର ଆସିବାର ଛଅ ଘଣ୍ଟା ପୂର୍ବରୁ, ସଞ୍ଜୟ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ। ତାଙ୍କର ଶେଷ ଟୁଇଟରେ ଲେଖାଥିଲା, ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ଏୟାର ଇଣ୍ଡିଆ ଦୁର୍ଘଟଣାର ଭୟଙ୍କର ଖବର। ମୋର ଭାବନା ଏବଂ ପ୍ରାର୍ଥନା ପ୍ରଭାବିତ ସମସ୍ତ ପରିବାର ସହିତ ଅଛି। ଏହି କଷ୍ଟକର ସମୟରେ ସେମାନଙ୍କୁ ଶକ୍ତି ମିଳୁ।
ସଞ୍ଜୟ ଏବଂ କରିସ୍ମା ୨୦୦୩ରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି – ଝିଅ ସମାଇରା ଏବଂ ପୁଅ କିୟାନ। ଏହି ଦମ୍ପତି ୨୦୧୪ରେ ଅଲଗା ହୋଇଥିଲେ ଏବଂ ୨୦୧୬ରେ ସେମାନଙ୍କର ଛାଡପତ୍ର ହୋଇଥିଲା। ୨୦୧୭ରେ, ସଞ୍ଜୟ ମଡେଲ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର ଏକ ପୁଅ ଆଜାରିଅସ ଅଛି।