ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ୨୮୬ ଦିନ ପରେ ପୃଥିବୀକୁ ଫେରିଛନ୍ତି। ମହାକାଶ ଏଜେନ୍ସି ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, ସୁନିତା ଏବଂ ବୁରି ୱିଲମୋରଙ୍କୁ ନେଇ ଫେରୁଥିବା ମହାକାଶଯାନ ବୁଧବାର ସକାଳ ୩.୨୭ରେ ଆମେରିକାର ଫ୍ଲୋରିଡାର ସମୁଦ୍ରତଟରେ ଅବତରଣ କରିଥିଲା। ଆଲେକଜାଣ୍ଡାର ଗୋର୍ବୁନୋଭ ଫ୍ଲୋରିଡାର ତାଲାହାସିରେ ଏକ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନରେ ପୃଥିବୀକୁ ଫେରି ଆସିଲେ। ସଫଳ ଅବତରଣ ପରେ ସୁନୀତା ୱିଲିୟମ୍ସ ସେଠାରେ ଉପସ୍ଥିତ ଲୋକମାନଙ୍କୁ ହାତ ହଲାଇ ସ୍ବାଗତ କରିଥିଲେ। ଏହାସହ ତାଙ୍କ ମୁହଁରେ ହସ ଥିଲା।
ସୁନୀତା ୱିଲିୟମ୍ସଙ୍କ ମହାକାଶ ଅଭିଯାନ ୫ ଜୁନ ୨୦୨୪ରେ ଆରମ୍ଭ ହୋଇଥିଲା, ଯାହା କେବଳ ୮ ଦିନ ପାଇଁ ଥିଲା, କିନ୍ତୁ ଯାନ୍ତ୍ରିକ ସମସ୍ୟା ଯୋଗୁ ସେମାନେ ମହାକାଶରେ ଫସି ରହିଥିଲେ। ମହାକାଶରୁ ଫେରିବା ପରେ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା। ଏହା ଏକ ପ୍ରକାର ପ୍ରୋଟୋକଲ, ଯାହା ପ୍ରତ୍ୟେକ ମହାକାଶଚାରୀ ଅନୁସରଣ କରିବା ଆବଶ୍ୟକ। ଏହାର କାରଣ ହେଉଛି ମହାକାଶଚାରୀମାନେ ମହାକାଶରୁ ଫେରିବା ପରେ ସେମାନଙ୍କ ଶରୀରରେ ବିଭିନ୍ନ ପରିବର୍ତ୍ତନ ହେତୁ ତୁରନ୍ତ ଚାଲିପାରନ୍ତି ନାହିଁ । ଫଳରେ ନାସା କଡ଼ା ସୁରକ୍ଷା ପଦ୍ଧତି ଅବଲମ୍ବନ କରିଥାଏ।