ଓ୍ବାଶିଂଟନ, ୩୧ା୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍ ଓ୍ବିଲମୋର ଗୁରୁବାର ପ୍ରଥମଥର ପାଇଁ ଆଇଏସ୍ଏସ୍ ବାହାରେ ସ୍ପେସ୍ଓ୍ବାକ୍ କରିଛନ୍ତି। ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଉଭୟେ ପୃଥିବୀରୁ ୪୨୦ କି.ମି. ଉଚ୍ଚରେ ପ୍ରାୟ ସାଢ଼େ ୬ ଘଣ୍ଟା ଧରି ସ୍ପେସ୍ଓ୍ବାକ୍ କରିଥିଲେ। ଏହା ସୁନୀତାଙ୍କ କ୍ୟାରିୟରର ନବମ ସ୍ପେସ୍ଓ୍ବାକ୍ ହୋଇଥିବାବେଳେ ବୁଚ୍ଙ୍କ ପଞ୍ଚମ। ୨ ସପ୍ତାହ ତଳେ ସେ କ୍ରିଉ-୯ ମିଶନର ସାଥୀ ମହାକାଶଚାରୀ ନିକ୍ ହଗ୍ଙ୍କ ସହ ସ୍ପେସ୍ଓ୍ବାକ୍ କରିଥିଲେ। ପ୍ରକାଶ ଯେ, ଗତ ଜୁନ୍ରେ ସୁନୀତା ଓ ବୁଚ୍ ଏକ ୮ ଦିନିଆ ମିଶନରେ ଆଇଏସ୍ଏସ୍କୁ ଯାଇଥିଲେ। ତେବେ ବୋଇଂର ଷ୍ଟାରଲାଇନର କ୍ୟାପ୍ଶୁଲରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ସେମାନେ ଦୀର୍ଘ ୮ ମାସ ହେବ ଆଇଏସ୍ଏସ୍ରେ ଫସି ରହିଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ଉଭୟଙ୍କୁ ପୃଥିବୀ ଫେରାଇ ଆଣିବା ସମ୍ଭବ ନୁହେଁ ବୋଲି ନାସା ପୂର୍ବରୁ ସ୍ପଷ୍ଟ କରିଛି।